ବିଦ୍ୟାଳୟର ନୂତନ ଗୃହ ଓ ଅଙ୍ଗନବାଡି କେନ୍ଦ୍ରର ତୋରଣକୁ ଲୋକାର୍ପଣ କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦିବ୍ୟଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଦୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଗୃହକୁ ନବନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଦ୍ୱରା ଗତକାଲି ଲୋକାର୍ପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଉମା ସାମନ୍ତରାୟଙ୍କ ସହ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ସମବାୟସମିତି ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ସ୍ଥାନୀୟ ସରପଞ୍ଚ ଜ୍ୟୋତିର୍ମୟି ସ୍ୱାଇଁ, ସମିତି ସଭ୍ୟ ଅଭିମନ୍ୟୁ ରାଉତ ପ୍ରମୁଖ ଯୋଗଦେଇ ନୂତନ ଗୃହକୁ ଲୋକାର୍ପଣ କରିବା ସହ ରାଜ୍ୟ ସରକାରଙ୍କ ଶିକ୍ଷାର ବିକାଶ ଦିଗରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମବାୟସମିତି ବୈରାଗୀ ଜେନା ଏଥିରେ ସଭାପତିତ୍ଵ କରିଥିଲେ । ପ୍ରଧାନ ଶିକ୍ଷକ ରବିନ୍ଦ୍ର ବେହେରା ବିବରଣୀ ପାଠ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଧୀର କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଯୋତା ମଞ୍ଚାସୀନ ଅତିଥିଙ୍କ ଦ୍ବାରା ବଣ୍ଟନ କରଯାଇଥିଲା । ବିଧାୟକ ଶ୍ରୀ ମହାରଥୀ ବିଧାୟକ ପାଣ୍ଠିରୁ ଏକ ଲକ୍ଷ ଟଙ୍କା ମଧ୍ୟାହ୍ନ ଭୋଜନ ହଲ ପାଇଁ ଅନୁଦାନ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା, ସିଡିପିଓ ହାରାମଣି ନାୟକ, ଆତ୍ମା ଅଧ୍ୟକ୍ଷ ସୁଧାକର ମାର୍ଥା, ସମିତି ସଭ୍ୟ ବାସୁଦେବ ଜେନା ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ଏସ୍‌ଏମ୍‌ସି ସଭାପତି ନରେନ୍ଦ୍ର ପ୍ରଧାନ ପ୍ରମୁଖ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ପରିବେଶ କର୍ମୀ ବିଶ୍ଵଜିତ ପରିଡା ବିଧାୟକଙ୍କୁ ଏକ ଗୁଆ ଚାରା ପ୍ରଦାନ କରିଥିଲେ । ଶେଷରେ ସରପଞ୍ଚ ଜ୍ୟୋତିର୍ମୟୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ତା’ପରେ ପଞ୍ଚୁପଲ୍ଲାର ଅଙ୍ଗନବାଡି କେନ୍ଦ୍ରର ତୋରଣ, ପ୍ରାଚୀରକୁ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ଉମା ସାମନ୍ତରାୟ ମହୋଦୟ ଲୋକାର୍ପଣ କରିଥିଲେ ।

Leave A Reply

Your email address will not be published.