ବିଜୁ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସଦର ପଂଚାୟତଠାରେ ନିର୍ମାଣ ହୋଇଥିବା ବିଜୁ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ହେଇଯାଇଛି । ଗ୍ରାମ ପଂଚାୟତ ସରପଂଚ ଚିତ୍ତରଂଜନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ନାଏବ ସରପଂଚ ଅନୁସୁୟା ପଣ୍ଡା, ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓ, ଗୋବିନ୍ଦ ପ୍ରସାଦ ଶତପଥୀ, ଆଇନଜୀବୀ ସପନ କୁମାର ପଟ୍ଟନାୟକ, ହିରେନ୍ଦ୍ର ପ୍ରତାପ ସିିଂହଦେଓ, ପୂର୍ବତନ ସରପଂଚ ଈଭାମୟୀ ମାଝୀ, ଭଗବାନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀ ଫଗନୁ ଗହୀର ଏବଂ ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଏହି କଲ୍ୟାଣ ମଣ୍ଡପଟି ମ.ରାମପୁର ଅଂଚଳର ଜନସାଧାରଣଙ୍କ ଅନେକ କାମରେ ଆସିପାରିବ ଏବଂ ଏହାରି ଆବଶ୍ୟକତାକୁ ଦୃଷ୍ଟିରେ ରଖି କାର୍ଯ୍ୟାରମ୍ଭ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମସିହା ଫେବୃଆରୀ ମାସ ୧୯ ତାରିଖରେ ତତ୍କାଳୀନ ମ.ରାମପୁର ସରପଂଚ ବିଭୂତି ଭୂଷଣ ମହାଖୁଡ଼ଙ୍କ ଉଦ୍ୟମରେ ମୁଖ୍ୟ ଅତିଥି ଭାବରେ ତତ୍କାଳୀନ ରାଜ୍ୟସଭା ସାଂସଦ ଭୂପିନ୍ଦର ସିଂ(ବର୍ତ୍ତମାନ ନର୍ଲା ବିଧାୟକ)ଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

Leave A Reply

Your email address will not be published.

six + twelve =