oom

ୟୁଥ ରେଡକ୍ରସ ଯୁବ ବାହିନୀର ବିଶ୍ୱ ଏଡ଼ସ୍‌ ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଆନୁକୂଲ୍ୟରେ ଏକ ଦିବସୀୟ ତାଲିମ ଶିବିର ସହ ବିଶ୍ୱ ଏଡ଼ସ୍‌ ଦିବସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଡକ୍ଟର ଜୟ କେତନ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବରେ ସରଧାପାଲି ମହା ବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ ରମଣୀ ରତନ ପ୍ରଧାନ ଯୋଗଦେଇଥିଲେ ମୁଖ୍ୟ ଅତିଥି ଦୀପ ପ୍ରଜଳନ କରି ଶିବିରକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଏଡ଼ ସଚେତନତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ‌ସୁସ୍ଥ ସମାଜ ଗଠନରେ ଯୁବଗୋଷ୍ଠୀର ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସଭାପତି ବ୍ଲକ ସ୍ତରୀୟ ମାନଙ୍କର ୟୁଥ୍ ରେଡକ୍ରସ ସଙ୍ଗଠନ ଉପରେ ଗୁରୁତ୍ୱାରୋପ କରି ଯୁବାବାହିନି ମିଳିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ହେମନ୍ତ ପଣ୍ଡାଙ୍କ ନିର୍ଦ୍ଦେଶରେ ରେଡକ୍ରସର ଜନ୍ମ ଓ ଇତିହାସ ଉପରେ ସୁପ୍ରିୟା ବନିତା ଓ ବବିକୁ ନେଇ ଏକ ଗୀତ ଅଭିନୟ ପ୍ରଦର୍ଶନ କରିଥିଲେ । ଉକ୍ତ ସଭାରେ ଗନିଆପାଲି ମହା ବିଦ୍ୟାଳୟର ପରାମର୍ଶଦାତା ଲଳିତ ଭୋଇ, ଗୁଦେରପାଲିର ଅର୍ଜନା ଦାସ, ସରଧାପାଲିର ରମଣୀ ପ୍ରଧାନ, ତାଳପାଲିର ହୃଷୀକେଶ ଗିରି, ସ୍ବେଚ୍ଛା ସେବକ ସେବିକାମନଙ୍କୁ ନେଇ ଯୋଗଦାନ କରିଥିଲେ ଉକ୍ତ ସଭାରେ ଇଂରାଜୀ ଅଧ୍ୟାପିକା ପ୍ରତୀକ୍ଷା ଦନସେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ହେମନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ଅଧିବେଶନରେ ଯୁବ ପ୍ରତିଭାମାନଙ୍କୁ ନେଇ ନୃତ୍ୟ ଓ ଗୀତ ପ୍ରତିଯୋଗିତା ହୋଇଥିଲା । ଅଧ୍ୟାପକ ଅର୍ଜୁନ କୁମାର ମହାନ୍ତି ବରିଷ୍ଠ ଅଧ୍ୟାପକ ନାରାୟଣ ମିଶ୍ର ସୁଶ୍ରୀ ଦିପାଲି ମିଶ୍ର ଓ ହେମନ୍ତ କୁମାର ପଣ୍ଡା ବିଚାରକ ଭାବେ ଯୋଗଦାନ କରି ସୁଚିନ୍ତିତ ବିଚାର କରିଥିଲେ । ସସ୍ମିତା, ସୁପ୍ରିୟା, ବନିତା, ସଂଗୀତା, ଦୀପ୍ତି, ପ୍ରୀତି, ମନୋରଞ୍ଜନ, ରୋଜାଲିନ୍, ଖୁସ୍‌ବୁ, ମଧୁସ୍ମିତା ଓ ସ୍ବସ୍ନା ପୁରସ୍କୃତ ହୋଇଥିଲେ । ତବଲା ବାଦକ ସୁଶ୍ରୀ ଦିପାଳି ମିଶ୍ର ଓ କବି ଯଶୋବନ୍ତ କୁମ୍ଭାରଙ୍କୁ ଆନୁଷ୍ଠାନିକ ଭାବେ ମାନପତ୍ର ପ୍ରଦାନ ସହ ସମର୍ଥନା ଜ୍ଞାପନ ଦିଆଯାଇଥିଲା ।

jittmm
Leave A Reply

Your email address will not be published.