oom

ଦୀର୍ଘ ୮ ବର୍ଷହେବ ଜଳୁନି ହାଇମାଷ୍ଟ ଲାଇଟ : କିନ୍ତୁ ବିଜୁଳି ବିଲ୍ କଟା ଚାଲିଛି

jsmm

ଲୋଇସିଂହା, (କେପିଏନଏସ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ବିଗତ ୮ ବର୍ଷ ଆଗରୁ ଗ୍ରାମର ଜନତାଙ୍କୁ ହାତୀ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ଖମ୍ବ ପୋତି ଗୋଟିଏ ଟ୍ରାନ୍ସଫର୍ମର ଲଗାଯାଇ ଜଙ୍ଗଲ ବିଭାଗ ତରଫରୁ ଆଲୋକର ବ୍ୟବସ୍ଥା କରାଯାଇଥିଲା । କୁହାଯାଉଛି, ବିଜୁଳି ଦେୟ ବାବଦକୁ ପଞ୍ଚାୟତ ପଇଠ କରିବାକୁ ଚୁକ୍ତି ହୋଇଥିଲା । କିନ୍ତୁ ଅତିକଷ୍ଟରେ ମାତ୍ର ୬ ମାସ ଲାଇଟ ଜଳିବା ପରେ ପୁଣି ଘୋଟି ଯାଇଥିଲା ଅନ୍ଧକାର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ବିଜୁଳି ବିଭାଗ କିମ୍ବା ଜଙ୍ଗଲ ବିଭାଗ, ପଞ୍ଚାୟତ ଯାହାକୁ ଏ ବିଷୟରେ ପଚାରିଲେ ସେମାନେ ମୁହଁମୋଡି ନିଜ ଦାୟିତ୍ୱ ମୁଣ୍ଡ ଉପରୁ ଖସାଇ ଦେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା, କିନ୍ତୁ ଦାୟିତ୍ୱହୀନତା ଏବଂ ରକ୍ଷଣାବେକ୍ଷଣ ଅଭାବରୁ କଳଙ୍କି ଲାଗିଗଲାଣି । ଯଦିଓ ଦୀର୍ଘ ୮ ବର୍ଷରୁ ଉପରେ ହେବ ଲାଇଟ ଜଳୁନି, କିନ୍ତୁ ବିଜୁଳି ବିଭାଗ ତରଫରୁ ମିନିମମ୍ ଆଭାରେଜ୍ ବିଲ୍ ଆସିବା ବନ୍ଦ ହୋଇନି ଏବଂ ଏହି ବିଲ୍ ଟଙ୍କା ଅଯଥାରେ ପଞ୍ଚାୟତ ଗଣୁଛି । ଏସବୁ ଅଭିଯୋଗ କରିଛନ୍ତି ଭାଲୁପାଲି ତଥା ପାଖଆଖ ଗ୍ରାମବାସୀ। ଗ୍ରାମବାସୀ ଅନେକ ଥର ବିଭିନ୍ନ ବିଭାଗ ଦୌଡ଼ାଦୌଡ଼ି କରିବା ସତ୍ୱେ ମଧ୍ୟ କେହ ନଶୁଣିବାରୁ ନୟାନ୍ତ, ଆଶାଛଡା ହୋଇ ରହିଗଲେ ।
ହାଇମାଷ୍ଟ ବିଜୁଳିବତୀ ଲଗାଇବାରେ ନାମ କରିଥିବା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯଦି ଏମିତି ଅଚଳ ହାଇମାଷ୍ଟ ଲାଇଟ୍ ବ୍ୟବସ୍ଥାର ପୁନଃରୁଦ୍ଧାର କରନ୍ତେ, ତେବେ ସରକାରଙ୍କ ଲକ୍ଷାଧିକ ରାଜସ୍ବ ରକ୍ଷା ହେବା ସହ ଅନେକ ଗ୍ରାମ ଆଲୋକିତ ହୁଅନ୍ତା ତଥା ହାତୀ ଆକ୍ରମଣରୁ ଲୋକେ ବଞ୍ଚନ୍ତେ ବୋଲି ଲୋକେ କହିଛନ୍ତି।

jittmm
Leave A Reply

Your email address will not be published.