ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳ ଆବାସ ଘେରିଲେ ଫଲସାପତ୍ରି ବାସିନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅଫିସର କଲୋନୀ ପଛପଟ ଫଳସାପତ୍ରି ଅଂଚଳରେ ଜବର ଦଖଲରେ ରହୁଥିବା ବାସିନ୍ଦାଙ୍କୁ ଘର ଖାଲି କରିବାକୁ ପ୍ରଶାସନ ୨୪ ଘଣ୍ଟିଆ ନୋଟିସ ଜାରି କରିଛି । ଏହି ୨୪ ଘଣ୍ଟିଆ ନୋଟିସ ବିରୁଦ୍ଧରେ ସେମାନେ ଜିଲ୍ଲାପାଳ ଆବାସ ଘେରିଛନ୍ତି । ଦଶନ୍ଧି ଦଶନ୍ଧି ଧରି ରହି ଆସିଥିବା ଘରୁ ଜିଲ୍ଲା ପ୍ରସାଶନ ମାତ୍ର ୨୪ ଘଣ୍ଟିଆ ନୋଟିସ ଦେଇ ତଡି ଦେବାକୁ ବସିଛି । ନିୟମ ମୁତାବକ ଆମ ପାଇଁ ଅନ୍ୟ କୌଣସି ବାସସ୍ଥାନର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ଯଦି ବିକାଶ ନାଁରେ ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ଉପରେ ଦାଉ ସାଧିବ ତେବେ ଏଭଳି ବିକାଶ କାହା ପାଇଁ ବୋଲି ପ୍ରଶ୍ନ କରିବା ସହ ଆମେ ବିକାଶ ବିରୋଧୀ ନୁହେଁ, କିନ୍ତୁ ଜବର ଦଖଲ ଉଚ୍ଛେଦ ପୂର୍ବରୁ ଗରିବ ଜନସାଧାରଣଙ୍କୁ ଅନ୍ତତଃ ପର୍ଯ୍ୟାପ୍ତ ସମୟ ଓ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବା ଆବଶ୍ୟକ ବୋଲି ଫଳସାପତ୍ରି ବାସିନ୍ଦା କହିଛନ୍ତି । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

jittmm
Leave A Reply

Your email address will not be published.