ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରା କ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଆଜିର ଦ୍ୱିତୀୟ ଦିନ କଣ୍ଟାବାଞ୍ଜି ଓ ଏଫସିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ୍‌ ଜିଣି ପ୍ରଥମେ କଣ୍ଟାବାଞ୍ଜି ଦଳ ବ୍ୟାଟିଂ କରିବାର ନିଷ୍ପତି ନେଇ ୩୦.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୧୫ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଜିତେଶ ବଗର୍ତ୍ତୀ ସର୍ବାଧିକ ୨୮, ମିଥୁନ ତାଣ୍ଡି ୨୩ ଓ ସମିର ଖାନ ୨୦ ରନ୍‌ ସଂଗ୍ରହ କରିଥିଲେ । ଏଫ୍‌ସିସି ଦଳ ତରଫରୁ ସଫଳ ବୋଲର ଭାବେ ସନ୍ତୋଷ ୟାଦବ ୫ ଗୋଟି ଓ ନିତିଶ ଭଞ୍ଜନ ୪ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଏଫ୍‌ସିସି ଦଳ ୨୩.୫ ଓଭରରେ ୫ ଉଇକେଟ ବିନିମୟରେ ୧୧୬ରନ୍‌ର ସଂଗ୍ରହ କରି ବିଜୟୀ ହୋଇଥିଲେ । ଆଜିର ଏହି ଦୁଇଟି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ରାଜେନ୍ଦ୍ର ସେଠ୍‌ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ନାଏକ କ୍ରିକେଟ୍‌ ଏକାଡେମୀ ବଲାଙ୍ଗିର ଓ କେୱାସିସି କଣ୍ଟାବାଞ୍ଜି ଦଳ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.