ଡ. ଏସ୍‌.ଏନ୍‌. ସୁବାରାଓଙ୍କୁ ସାମୁହିକ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତର ବିଶିଷ୍ଟ ଗାନ୍ଧୀବାଦୀ ତଥା ଜାତୀୟ ଯୁବ ପ୍ରକଳ୍ପ ପ୍ରତିଷ୍ଠାତା ଡ. ଏସ୍‌.ଏନ୍‌. ସୁବାରାଓ ଜୀ (ଭାଇଜୀ) ଗତ ଅକ୍ଟୋବର ୨୭ ତରିଖରେ ଦେହାନ୍ତ ହୋଇଯିବା ପରେ ଭାରତ ବର୍ଷରେ ଭାଇଜୀଙ୍କ ସାଥୀ ସହଯୋଗୀମାନଙ୍କ ଦ୍ୱାରା ବିଭିନ୍ନ ଜାଗାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଉଛି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲା ଜାତୀୟ ଯୁବ ପ୍ରକଳ୍ପ ଓ ଅନ୍ୟ ଅନୁଷ୍ଠାନମାନଙ୍କ ସହଯୋଗରେ ସ୍ଥାନୀୟ ଯାଦବ ଭବନଠାରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ବକ୍ତାଗଣ ଭାଇଜୀଙ୍କ ଜୀବନଯାତ୍ରା ସମ୍ପର୍କରେ ମତାମତ ରଖିଥିବା ବେଳେ ଜାତୀୟ ଯୁବ ପ୍ରକଳ୍ପ ଆବାହକ ମଧୁସୁଦନ ଦାସ ଭାଇଜୀଙ୍କ ଜୀବନ ଦର୍ଶନ ସମ୍ବଳିତ ତଥ୍ୟ ଉପସ୍ଥାପନ କରିଥିଲେ । ଚମ୍ବଲ ଘାଟିରେ ୬୫୪ ଜଣ ଡକାୟତମାନଙ୍କ ଆତ୍ମ ସମର୍ପଣ ପଛରେ ସୁବାରାଓ ଜୀଙ୍କ ଭୂମିକା ବିଶେଷ ଭାବରେ ଥିଲା ବୋଲି ବକ୍ତାମାନେ ମନ୍ତବ୍ୟ ଦେଇଥିଲେ । ରାଷ୍ଟ୍ରୀୟ ଏକତା ସାମ୍ପ୍ରଦାୟିକ ସଦ୍‌ଭାବନା ପାଇଁ ଭାଇଜୀ ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେଇ ରାଷ୍ଟ୍ର ଗଠନରେ ଯୁବ ଶକ୍ତିକୁ ସାମିଲ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସୂଚନା ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ସନ୍ଦିପ ବାଗ, ଶଙ୍କର ପାଣୀଗ୍ରାହି, ଜଗନ୍ନାଥ ପ୍ରସାଦ ମାହାଣା, ସଦାନନ୍ଦ ଦେବତା, ଅଜୟ ବାଲି, କାହ୍ନା ଶତପଥୀ, ନିରଞ୍ଜନ ଅଗ୍ରୱାଲ, ଅଙ୍କୁଶ ପାଣ୍ଡିଆ, ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.