lika

ବରଗଡ଼ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

gbag

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ବିଧାନ ଦିବସ ଓ ଆମ୍ ଆଦମୀ ପାର୍ଟିର ସ୍ଥାପନା ଦିବସ ଅବସରରେ ବରଗଡ଼ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୨୦୧୨ ମସିହାରୁ ପାର୍ଟି ଆରମ୍ଭ ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ପଞ୍ଜାବରେ ପ୍ରଥମ ଥର ପାଇଁ ୪ଟି ଲୋକସଭା ସଭ୍ୟ ଜିତିଥିବା ବେଳେ ୨୨ଟି ବିଧାୟକ ଅଛନ୍ତି ସେହିପରି ଗୁଜୁରାଟର ପୌର ନିର୍ବାଚନରେ ୨୮ଟି କର୍ପୋରେଟର ଜିତି ଏବେ ଭାରତରେ ଦ୍ରୁତ ଗତିରେ ବିସ୍ତାର କରୁଥିବା ପାର୍ଟି ହେଉଛି ଆପ୍ । ତ୍ରିରଙ୍ଗା ଯାତ୍ରାର ଆରମ୍ଭ ଆମ୍ବପାଲି ଛକରୁ ହୋଇଥିଲା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଦେଇ ପଦଯାତ୍ରାରେ ଆପ୍ କର୍ମୀମାନେ ଆସି ଅଗ୍ରସେନ ଛକରେ ପହଂଚିଥିଲେ । ମୋଦୀ ଓ ନବୀନ ସରକାରର ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବିଦ୍ୟୁତ, ଖାଇବା ସାମଗ୍ରୀର ଦର ବୃଦ୍ଧିକୁ ତୁରନ୍ତ ହ୍ରାସ କରିବାକୁ କହିଥିଲେ ଜିଲ୍ଲା ଆବାହକ ଭବାନୀ ସାହୁ ଦାବୀ କରିଛନ୍ତି । ସେହିପରି ୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର ସମସ୍ତ ପରିବାରକୁ ବିନାମୂଲ୍ୟରେ ବିଜୁଳି ଦେବାକୁ ଦାବୀ କରିଛନ୍ତି । ସହର ପରିକ୍ରମା ବେଳେ ଲେଙ୍ଗୁ ମିଶ୍ର ଛକ, ଥାନା ଛକ, କଚେରୀ ଛକ, ଏସ୍‌ପି ଅଫିସ ଛକ ଓ ଗାନ୍ଧୀ ଛକ ଆପ୍ କର୍ମୀମାନେ ପଥ ପ୍ରାନ୍ତ ସଭା କରିଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ସଭାପତି ମରିୟମ ବାର୍ଳା, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ଅସିତ ସାହୁ, ସିଲାସ ଲୁଗୁନ, ସାହାରୁଖ ଲୋଧିଆ, ଦିଲ୍ଲୀପ ବାର୍ଳା, ସୁଦାମ ସାହୁ, ବିନୟ ପ୍ରଧାନ, ଗ୍ରନ୍ଥ ସାହେବ ସାହୁ, ଖୁସନୁମା ବେଗମ, ଗୋପାଳ ବାଗ, ରାଜେଶ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

babaa
Leave A Reply

Your email address will not be published.