csstore

ସ୍ୱରବ୍ରହ୍ମର ଗଜଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱରବ୍ରହ୍ମ ମ୍ୟୁଜିକ ଏକାଡେମୀ ତରଫରୁ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଗଜଲ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଭୁୟାଁ ଓ ପ୍ରିତିରାଣୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ମଧୁସୂଦନ ଚୌଧୁରୀ ଓ ସମାଜସେବୀ ଝରଣା ଚୌଧୁରୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ସହରରେ ଅନନ୍ୟ ବୋଲି ମତ ରଖିଥିଲେ । ପରେ ଅନୁଷ୍ଠାନର କଳାକାରମାନେ ଗଜଲ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କ ମନ ମୋହିଥିଲେ । ଗୁରୁ ବିଭୂତି ପତି, ଶ୍ୟାମସୁନ୍ଦର ପଟ୍ଟନାୟକ, ଦୁଃଶାସନ ସାହୁ ପ୍ରମୁଖ ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିବା ବେଳେ ସର୍ବଶ୍ରୀ ଏ.ଆର.ଡୋରା, ରତ୍ନାବଳୀ ପଣ୍ଡା, କେ.ସି.ମହାରଣା, ଅଶୋକ ପଲେଇ, ଈଶ୍ୱରୀ ମହାରଣା, ସ୍ମୃତିଶ୍ରୀ ପଣ୍ଡା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏହି ଅନୁଷ୍ଠାନରେ କ୍ଲାସିକାଲ, ଓଡିଶୀ, ଗଜଲ, ଭଜନ, ଛାନ୍ଦ, ଚମ୍ପୁ, ଗୀତ ଗୋବିନ୍ଦ, ଚଳଚ୍ଚିତ୍ର ଗୀତର ଶିକ୍ଷାଦାନ କରାଯାଇ ଆସୁଅଛି ।

jayashree
Leave A Reply

Your email address will not be published.