ଘୋରଡିଆ ବଜାରର ଲୁହା ଦୋକାନରୁ ଲୁଟ ଅଭିଯୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ବଜାରରୁ ସୋମବାର ସନ୍ଧ୍ୟା ୭.୩୦ ମିନିଟରେ ଏକ ଲୁହା ଦୋକାନରୁ କେହି ଦୁର୍ବୁତ୍ତ ଟଙ୍କା ଲୁଟି ନେଉଥିବା ଭିଡ଼ିଓ ଚିତ୍ର ସିସି କ୍ୟାମେରାରେ କୟଦ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଲୁହା ଦୋକାନୀ ମାଲିକ ବିତିପୂର ଗ୍ରାମର ଭାସ୍କର ସାହୁଙ୍କ ଅଭିଯୋଗ ଅନୁସାରେ ସେ ଦୋକାନରୁ ପରିସ୍ରା କରିବାକୁ ବାହରକୁ ଯାଇଥିବା ବେଳେ ସନ୍ଧ୍ୟା ୭ଟା ୩୦ରେ କେହି ଦୁର୍ବୁତ୍ତ ଦୋକନରେ ଥିବା କ୍ୟାସ ଡ୍ରରୁ ପ୍ରାୟ ୪୮ହଜାର ଟଙ୍କା ଲୁଟି ନେଇଥିବା ଓ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ ଦୁର୍ବୁତ୍ତ ଟଙ୍କାଲୁଟି ନେଉଥିବା ବେଳର ଦୃଶ୍ୟ କୟଦ ହୋଇଥିବା ଦର୍ଶାଇଛନ୍ତି । ଏଇ କିଛିଦିନ ତଳେ ବଜାରର ଜଣେ ସୁନା ଅଳଙ୍କାର ଦୋକାନୀ ମାଲିକକୁ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୁତ୍ତ ମାନେ ପ୍ରାୟ ୧୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ । ଏପର୍ଯ୍ୟନ୍ତ ଏହାର ସୁରାକ ମିଳି ନାଁହି । ବଜାରରେ ପୁଣି ଏକ ଚୋରି ହେବା, ବ୍ୟବସାୟୀମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ସ୍ଥାନୀୟ ପୋଲିସ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ପାଇଁ ରାଧାମୋହନ ବ୍ୟବସାୟୀ ସଂଘରୁ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.