csstore

ବଲାଙ୍ଗିର ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂକଳ୍ପ ପ୍ରକଳ୍ପ ଅଧିନରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ଆଜି ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଚଂଚଳ ରାଣା ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିଥିଲେ । ନିଯୁକ୍ତି ମେଳାରେ ୧୦ ଗୋଟି ବେସରକାରୀ ସଂସ୍ଥା ଓ ତିନି ଗୋଟି ସରକାରୀ ସଂସ୍ଥା ଅଂଶଗ୍ରହଣ କରି ନିଯୁକ୍ତି ଆଶୟୀ ମାନଙ୍କର ଚୟନ କରିଥିଲେ । ଏହି ମେଳାରେ ମୋଟ ୪୮୬ ଜଣ ପ୍ରାର୍ଥୀ ପଞ୍ଜିକୃତ କରିଥିଲେ । ତନ୍ମଧ୍ୟରୁ ୪୨୩ଜଣ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱିସ୍‌କ୍ରପ ପାଇଁ ୪୯ ଜଣ, ସନ୍‌ସିଡ ଏଗ୍ରୋ ପାଇଁ ୩୦ ଜଣ, ମିନର୍ଭା ଅଟୋ ମୋବାଇଲ ପାଇଁ ୪୫ ଜଣ, ଏଡୁଜବ୍‌ ଏକାଡେମୀ ପାଇଁ ୧୪ ଜଣ, ଲାଇଭ୍‌ ଲାଇଟ୍‌ ନର୍ସିଂ ପାଇଁ ୨୮ ଜଣ, ଟୋଟଲ ସୋଲାର ସଲ୍ୟୁସନ ନିମନ୍ତେ ୬୫ ଜଣ, ଆର୍ଶିବାଦ ଅଟୋମୋବାଇଲ ପାଇଁ ୨୪ ଜଣ, ଏସ୍‌ଆଇଏସ୍‌ ସିକ୍ୟୁରିଟି ପାଇଁ ୧୦ ଜଣ, ଜୋଲା ଜିଆର୍‌ସି ପାଇଁ ୩୪ ଜଣ, ଅମ୍ବିକା ଇଲେକ୍ରିକାଲ୍ସ ପାଇଁ ୩୦ ଜଣ, ଏସ୍‌ବିଆଇ ଆର୍‌ସିଟି ପାଇଁ ୭୦ ଜଣ, ଜେଏସ୍‌ଏସ୍‌ ପାଇଁ ୧୬ ଜଣ ଓ ଜେଆର୍‌ଜି ପାଇଁ ୮ ଜଣ ଚୟନ ହୋଇଛନ୍ତି । ଏହି ନିଯୁକ୍ତି ମେଳାରେ ସରାକରୀ ଆଇଟିଆଇ ଅଧ୍ୟକ୍ଷ ମିଳନ କୁମାର ସାହୁ ଉପସ୍ଥିତ ଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ପ୍ରକାଶ ଲାକ୍ରା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳାକୁ ପରିଚାଳନା କରିଥିବା ବେଳେ କନିଷ୍ଠ ନିୟୋଜନ ଅଧିକାରୀ ପୁରୁଷୋତ୍ତମ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.