ଉଗାଣ୍ଡା ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନରେ ଓଡିଶାର ପ୍ରମୋଦ ଜିତିଲେ ୩ ରୌପ୍ୟ

ଉଗାଣ୍ଡା : ଉଗାଣ୍ଡାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଓଡିଶାର ପ୍ରମୋଦ ଭଗତ ୩ଟି ରୌପ୍ୟ ପଦକ ହାସଲ କରିଛନ୍ତି । ଟୋକିଓ ପାରା ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ୩ଟି ଯାକ ଇଭେଂଟରେ ଫାଇନାଲରେ ହାରି ଯାଇଥିଲେ । ପୁରୁଷ ଏସ୍‌ଏଲ୍‌୩ରେ ସେ ନିଜ ଦେଶର ମନୋଜ ସର୍କାରଙ୍କ ନିକଟରୁ ୧୯-୨୧, ୧୬-୨୧ରେ ପରାଜିତ ହୋଇଥିଲେ । ସେହିପରି ଡବଲ୍ସରେ ପ୍ରମୋଦ ଓ ମନୋଜ ଯୋଡି ୨୧-୧୦, ୧୦-୨୨ ଓ ୧୫-୨୧ରେ ନିଜ ଦେଶର ମହମ୍ମଦ ଅରୱାଜ ଅନ୍‌ସାରୀ ଓ ଦୀପ ରଞ୍ଜନ ବିଶୋୟରଙ୍କ ନିକଟରୁ ଏବଂ ମିକ୍ସଡ ଡବଲ୍ସରେ ପ୍ରମୋଦ ଓ ପଲକ ଯୋଶୀ ୧୯-୨୧, ୧୬-୨୧ରେ ନିଜ ଦେଶର ରୁଥିକ ରଘୁପତି ଓ ମାନସୀ ଯୋଶୀଙ୍କ ନିକଟରୁ ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.