ଭାରତୀୟ ସେନାକୁ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦୀ ଲାଇଟ୍ କମ୍ବେଟ୍ ହେଲିକପ୍ଟର, ଆଡଭାନ୍ସଡ ଇଲେକ୍ଟ୍ରୋନିକ୍ ୱାର୍ଫେୟାର୍ ସୁଟ୍ ଏବଂ ଡ୍ରୋନ
ନୂଆଦିଲ୍ଲୀ : ପୂର୍ବାଂଚଳକୁ ସବୁଠୁ ବଡ ଏକ୍ସପ୍ରେସ ୱେ ଉପହାର ଦେବା ପରେ ବର୍ତ୍ତମାନ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ୟୁପି ଗସ୍ତରେ ଆସିଛନ୍ତି, ଯେଉଁଠାରେ ସେ ସ୍ୱଦେଶୀ ଟେକ୍ନୋଲୋଜିରେ ନିର୍ମିତ ପ୍ରତିରକ୍ଷା ଉପକରଣକୁ ସେନାକୁ ହସ୍ତାନ୍ତର କରିବା ସହିତ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ବୁନ୍ଦେଲଖଣ୍ଡକୁ ୬,୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ମୋହବାରେ ପହଞ୍ଚିଥିଲେ, ଏହା ପରେ ସେ ଝାନ୍ସିରେ ପହଞ୍ଚିଥିଲେ । ଝାନ୍ସିରେ ସେ ସେନାକୁ ଏକ ବଡ ଉପହାର ଦେଇଥିଲେ । ଏଠାରେ ସେ ସେନା, ବାୟୁସେନା ଏବଂ ନୌସେନାକୁ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ହସ୍ତାନ୍ତର କରିଥିଲେ । ଡ଼ିଆର୍ଡ଼ିଓ ଏବଂ ସ୍ୱଦେଶୀ କମ୍ପାନୀଗୁଡିକ ଦ୍ୱାରା ନିର୍ମିତ ଏହି ଅସ୍ତ୍ରଶସ୍ତ୍ର ସେନାର ଆଧୁନିକୀକରଣରେ ସହାୟକ ହେବ, ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସେମାନଙ୍କର କମ୍ ମୂଲ୍ୟରୁ ଅନେକ ଲାଭ ପାଇବ ।