ଭିଜିଲାନ୍ସ ଜାଲରେ ପଡ଼ିଥିବା କନିଷ୍ଠ ଯନ୍ତ୍ରୀ ଜେଲ ଗଲେ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଆଜି ଗିରଫ ହୋଇ ଜେଲ ଯାଇଛନ୍ତି । ସୂଚନା ଅନୁସାରେ ସିକୁଆଁ ପଞ୍ଚାୟତର ଲିଙ୍ଗରାଜ ସାହୁ ମନେରଗା ଯୋଜନାରେ ଏକ ଗାଈଗୁହାଳ ପାଇଥିଲେ । ଫାଇନାଲ ବିଲ୍ ପାଇଁ କନିଷ୍ଠ ଯନ୍ତ୍ରୀ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଗତ ୧୩ ତାରିଖ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।

Leave A Reply

Your email address will not be published.