ବିଶ୍ଵ ମଧୁମୟ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଷ୍ଟେସନପଡ଼ା ସ୍ଥିତ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରଠାରେ ବିଶ୍ଵ ମଧୁମୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ବରଗଡ ଆନୁକୂଲ୍ୟରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ । ସଭାରେ ମଧୁମୟ ରୋଗର ଲକ୍ଷଣ ଓ କାରଣ ଉପରେ ଆଲୋଚନା କରାଯାଇଥିଲା । ଏହି ରୋଗ ଯୋଗୁଁ ପ୍ରଭାବିତ ହେଉଥିବା ଶାରିରୀକ ଅଙ୍ଗ ପ୍ରତ୍ୟଙ୍ଗ ଯଥା ବୃକକ, ହୃଦପିଣ୍ଡ, ରକ୍ତବିହୀ ନଳୀ, ସ୍ନାୟୁ ର କ୍ଷତି, ଚକ୍ଷୁର ଦୁର୍ବଳତା ସଂପର୍କରେ ଆଲୋଚନା କରାଯାଇଥିଲା । ସ୍ବାସ୍ଥ୍ୟ ସମିତିର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଶଙ୍କର ଆଚାର୍ଯ୍ୟ ମଧୁମୟ ରୋଗ ଓ ରୋଗୀଙ୍କ ପାଇଁ ମାଗଣାରେ ପରାମର୍ଶ ଏବଂ ଚିକିତ୍ସା ଔଷଧ ବଣ୍ଟନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରକାଶ ମହାପାତ୍ର, କୁଞ୍ଜ ଭୋଇ, ଡଃ ସତୀଶ ନାୟକ, କଲ୍ୟାଣୀ ମିଶ୍ର, ତୁଷାର ନାୟକ, ଚନ୍ଦ୍ର କାନ୍ତ ପଣ୍ଡା, ରାମ୍ ଗୋପାଳ ପୁରୋହିତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.