jsm

ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ୭୪ଦିନରେ : ନଜର ପକାଉ ନାହାନ୍ତି ନେତା କି ଅଧିକାରୀ

csstore

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ୧ତାରିଖରୁ ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଅନିଶ୍ଚିତ କାଳୀନ ଧାରଣା ରବିବାର ଦିନ ୭୪ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ଧାରଣା ବସି ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଦୃଷ୍ଟି ମଧ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି । ଏହାସହ ଏହି ରାସ୍ତା ଦେଇ ବହୁ ନେତା ମନ୍ତ୍ରୀ ଯିବା ଆସିବା କରୁଥିବା ବେଳେ କାହାରି ନଜର ପଡୁ ନ ଥିବା ବିଷୟ ଚିନ୍ତାର କାରଣ ପାଲଟିଛି । ଆଜିର ଏହି ଧାରଣାସ୍ଥଳରେ ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି, ପ୍ରାଉଟି ବ୍ଲକ ଇଣ୍ଡିଆ କାର୍ଯ୍ୟକାରିଣୀ ସଭାପତି ଜଗନ୍ନାଥ ମହାଣା, ବଲାଙ୍ଗିର ଜିଲ୍ଲା ସଭାପତି କପିଳ କୁମାର, ଚିନିକଳ କର୍ମଚାରୀ ସଂଘ ସଭାପତି ଅକ୍ଷୟ ପୁଟା, ଅଜିତ ରଣା, ଜୁଗେଶ୍ୱର୍ ଭୋଇ, ମନୋହର ଭୋଇ ପ୍ରମୁଖ ଧାରଣାରେ ବସିଥିଲେ । 

yuvodaya
Leave A Reply

Your email address will not be published.