ଇସ୍ପାତ ମାର୍କେଟରେ ପଣ୍ଡିତ ନେହେରୁଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ମାର୍କେଟ ପରିସରରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇସ୍ପାତ ମାର୍କେଟ ବଣିକ କଲ୍ୟାଣ ସଂଘର ଉପଦେଷ୍ଟା ଏମ୍‌ଡି ଇମାମୁଦ୍ଦିନ ମୁଖ୍ୟ ଅତିଥି, ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଓ କେଦାରନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଣ୍ଡିତଙ୍କ ଜୀବନାଦର୍ଶ ଓ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ କହିଥିଲେ ଯେ ନେହେରୁ ଥିଲେ ନବ ଭାରତର ନିର୍ମାତା । ତାଙ୍କ ଉତ୍ସର୍ଗୀକୃତ ଜୀବନ ଆଜି ଏ ଜାତିର ଇତିହାସ ହୋଇଛି । ବିଶ୍ବରେ ବିଭିନ୍ନ ରାଷ୍ଟ୍ରଙ୍କ ସହ ସହାବସ୍ଥାନ ପାଇଁ ସେ ପଞ୍ଚଶୀଳ ନୀତି ସୃଷ୍ଟି କରିବା ସହ ଦେଶର ପ୍ରତ୍ୟେକ ଶିଶୁ ରାଷ୍ଟ୍ରର ସଂପତ୍ତି ବୋଲି ଭାବୁଥିଲେ । ଶିଶୁର ସୁରକ୍ଷା, ପାଳନ ଓ ପୂର୍ଣ୍ଣ ବିକାଶ ହିଁ ରାଷ୍ଟ୍ରର କର୍ତ୍ତବ୍ୟ ବୋଲି ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ସ୍ବାଧୀନତା ସଂଗ୍ରାମରେ ଦଶ ବର୍ଷ କାରାବରଣ ସହ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବିଶ୍ବ ଦରବାରରେ ଭାରତର ସ୍ବାତନ୍ତ୍ର୍ୟ ସ୍ଥାପନ କରିପାରିଥିଲେ ବୋଲି ଅତିଥି ମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଫଇଜଲ ଇମାମ, ଅରଫା ଇମାମ, ଆଶାଦ ଇମାମ, ବିକାଶ ଦାସ, ରତିକାନ୍ତ ଆଚାର୍ଯ୍ୟ, ରାଜୁ ମେହେନ୍ଦୀ, ପାରେଶ୍ବର ଦାସ, ବସନ୍ତ ସ୍ବାଇଁ, ବିନୋଦ କୌଶଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.