ଡେଲାଙ୍ଗ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ-୨୦୨୧ ଅନୁଷ୍ଟିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ମଣ୍ଡଳ ସ୍ତରୀୟ ସୁରଭି (ଶିଶୁ ମହୋତ୍ସବ) ଗୁରୁବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଡେଲାଙ୍ଗ ବ୍ଲକ ଶିକ୍ଷା ବିଭାଗର ୧୬ଟି କ୍ଲଷ୍ଟରର ୧୪୪ଜଣ କୃତୀଛାତ୍ରଛାତ୍ରୀ ମଣ୍ଡଳ ସ୍ତରୀୟ ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ, ସଙ୍ଗୀତ, ଦଳଗତ ଡ଼୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ସୁରଭି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅପରାହ୍ନରେ ଉଦ୍‌ଯାପନୀ ସମାରୋହରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ କ୍ଷେତ୍ରବାସୀ ଆଳୁକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସିଆର ସିସି ତପନ କୁମାର ମଞ୍ଚ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ରୂପେ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର ସନ୍ତୋଷ ତ୍ରିପାଠୀ, ପ୍ରଧାନଶିକ୍ଷକ ପ୍ରଶାନ୍ତ ବିଶ୍ବାଳ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାହ୍ନୁଚରଣ ବାହିନୀପତି ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସମ୍ବୋଧିତ କରିଥିଲେ । ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ପ୍ରୀତି ପ୍ରଂଗ୍ୟା ପଟ୍ଟନାୟକ, ବକୃତାରେ ଜସ୍ମୀନ ମହାନ୍ତି, ଚିତ୍ରାଙ୍କନରେ ତପସ୍ବିନୀ ମଲ୍ଳିକ, ସୋଲୋ ସଙ୍ଗରେ ଶ୍ରାବଣୀ ନାୟକ, କଲଚୁରାଲ୍‌ରେ ଅଶ୍ଵର୍ଯ୍ୟା ରାୟ ଗ୍ରୁପ ପ୍ରମୁଖମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ଘୋଷଣା କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବରେ ଅଂଶ ଗ୍ରହଣ କରିବେ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୀନବନ୍ଧୁ ମୁଦୁଲି, ସନ୍ତୋଷ ମହାନ୍ତି, ନିବେଦିତା ତ୍ରିପାଠୀ, ଶ୍ୟାମସୁନ୍ଦର ଦାସ, ଜାମିନୀ କାନ୍ତ ନାୟକ, ଦିଗମ୍ବର ରଥ, ଭୋଳାନାଥ ସାହୁ ପ୍ରମୁଖ ସହୋଯୋଗ କରିଥିଲେ । ଶେଷରେ ନିରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.