ଆସନ୍ତା ନଭେମ୍ବର ୧୪ ତାରିଖରେ କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ ‘ବାଇଶି ପାହାଚ’ ହେବ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆସନ୍ତା ନଭେମ୍ବର ୧୪ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ ‘ବାଇଶି ପାହାଚ’ ଉନ୍ମୋଚିତ ହେବ ବୋଲି ଜଣାପଡିଛି । ସ୍ରୋତସ୍ୱତୀ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି କବିତା ସଂକଳନ ଉନ୍ମୋଚନ ଉତ୍ସବରେ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ୍ ସନାତନ ଠାକୁର, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା କବୟିତ୍ରୀ ଡ଼. ଜ୍ୟୋତିର୍ମୟୀ ସାହୁ, କବି ଭାଗୀରଥୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେବାକୁ ଥିବା ବେଳେ ଏଥିରେ ସମସ୍ତେ ଯୋଗଦାନ କରିବାକୁ କବି ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.