ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ବିରାଟ ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଆଜି ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଆନ୍ଦୋଳନ କରି ଗର୍ଜଛନ୍ତି । ଓଡ଼ିଶାରେ କେତେକ ଚିଟ୍‌ଫଣ୍ଡ କମ୍ପାନୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଛନ୍ତି । ଟଙ୍କା ନ ଫେରାଇବାକୁ ଜମାକାରୀମାନେ ରାଜ୍ୟ ପ୍ରଶାସନଠାରେ ଅଭିଯୋଗ କରିଥିଲେ । କମ୍ପାନୀଠାରୁ ଟଙ୍କା ଫେରାଇ ଆଣିବା ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ହେଲେ ୨୦୧୩ଠାରୁ ଆଜି ପର୍ଯ୍ୟନ୍ତ ଜମାଟଙ୍କା ଜମାକାରୀମାନେ ଫେରି ପାଇ ନାହାନ୍ତି । ତେଣୁ ପଦ୍ମପୁର ମିଳିତ ମଞ୍ଚ ଆଜି ପଦ୍ମପୁର ଗୋରୁବଜାରରୁ ଶହଶହ ସଂଖ୍ୟାରେ ଶୋଭାଯାତ୍ରା କରି ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଜମା ଟଙ୍କା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫେରାଇ ଦିଆନଯାଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ସରକାରଙ୍କୁ ମହାଙ୍ଗା ପଡିବ ବୋଲି ମିଳିତ ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି । ରମେଶ ମହାପାତ୍ର ଓ ସୁଶାନ୍ତ ମହାପାତ୍ର ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.