ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତରେ ଆସିଥିବା ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଖଡ଼ିଆଳ ଡାକବଙ୍ଗଳାଠାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସକେଡର ସଙ୍ଘ ପକ୍ଷରୁ ୫ ଦଫା ଦାବୀ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଖଡ଼ିଆଳଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଠ ବର୍ଷରୁ ଅଧିକ ଥିବା ଗଣଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ, ଓଟିଇଟି ପାସ କରିଥିବା ଶିକ୍ଷକଙ୍କୁ ଇନକ୍ରିମେଣ୍ଟ ବୃଦ୍ଧି ସାଙ୍ଗକୁ ଓଟିଇଟି ପସର୍ବସମ୍ୟ ସୀମା ୨୦୨୩କୁ ବୃଦ୍ଧି କରିବା, ସମସ୍ତ ଏକ୍ସକ୍ୟାଡର ଶିକ୍ଷକଙ୍କୁ କ୍ୟାଡର ଭୁକ୍ତ କରିବା, ୨୦ ବର୍ଷ ବୟସର ଶିକ୍ଷା ଅଭିଜ୍ଞତାକୁ ଭିତ୍ତିକରି ପେନସନ ବ୍ୟବସ୍ଥା ଲାଗୁ କରିବା, ଆଦି ମୁଖ୍ୟ ଦାବୀ ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.