ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନ୍‌ର ଡ଼େପୁଟି ମ୍ୟାନେଜର ପଡ଼ିଲେ ଭିଜିଲାନ୍ସ ଜାଲରେ : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର : ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ୍‌ ଲିମିଟେଡ଼୍‌ର ଡ଼େପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ପ୍ରତାପ ସାମଲଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା’ ଭଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅ ମହଲା କୋଠା, ଖଣ୍ଡଗିରି ସରକନ୍ତରାସ୍ଥିତ ଏକ ମହଲା କୋଠା, ଜୟଦେବ ବିହାରର ନରେନ୍ଦ୍ର ଭିଲାରେ ଥିବା ଫ୍ଲାଟ୍, ବାସୁଦେବପୁରରେ ତିନି ମହଲା କୋଠା ଏବଂ ତାଙ୍କ ନିଜ ଘର ସିମୁଳିଆ ହରିପୁରର ନିଜର ପୈତୃକ ଘର ଓ ସମ୍ପର୍କୀୟଙ୍କ ଘର ସହ ଓପିଏଚ୍‌ଡ଼ବ୍ଲ୍ୟୁସି କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.