pr

ବିଜେପୁରରେ କଳାକାର ସମାବେଶ : ବିଡିଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ପାଞ୍ଚ ଦଫା ସମ୍ମିଳିତ ସ୍ମାରକ ପତ୍ର ପ୍ରଦାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଏନ୍‌ଏସି ସଦରମହକୁମାରେ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବିଡିଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ଛଅ ଦଫା ସମ୍ମିଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଡିଓ ତୃପ୍ତିମୟୀ ବରେଇ ସ୍ମାରକ ପତ୍ର ଗ୍ରହଣ କରି ନିଜ ଦ୍ୱାରା ସମ୍ଭବ ହେଉଥିବା ଦାବୀ ଉପରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ପୂର୍ବାହ୍ନରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ରହିଥିବା ସଂଚାର, ପାଲା, ସଂକୀର୍ତ୍ତନ, ଦୁଲଦୁଲି, କଣ୍ଠଶିଳ୍ପୀ, ଘୁଡୁକା, ବାଦ୍ୟକାର, କରମା, ଓଡିଶୀ, ନାଟ୍ୟ କଳାକାର ପ୍ରମୁଖ ଯୋଗଦେଇଥିଲେ । ଖଲିଆପାଲିର ମହିଳା ସଂକୀର୍ତ୍ତନ, ଚାରପାଲିର ସଂକୀର୍ତ୍ତନ, ଦୁଲଦୁଲି ତଥା କରମା ନୃତ୍ୟ ସହିତ ଏକ ଭବ୍ୟ ଶୋଭାଯାତ୍ରାରେ କଳାକାର ଗଣ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ । କଳାକାର ରାଜେଶ୍ୱର ବେହେରାଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଡିଓ ତୃପ୍ତିମୟୀ ବରେଇଙ୍କୁ ବ୍ଲକ କଳା ସାଂସ୍କୁୃତିକ ସଂଗଠନର ଉପ ସଭାପତି ଦେବେନ୍ଦ୍ର ମଟାରୀ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କଳାକାର ଜିତେନ୍ଦ୍ରୀୟ ମେହେର ସ୍ମାରକ ପତ୍ର ପଠନ କରିଥିଲେ । ସରକାରୀ ସଚେତନତା ମୂଳକ କାର୍ଯ୍ୟକ୍ରମରେ କେବଳ ବିଜେପୁର ବ୍ଲକର ବିଭିନ୍ନ କଲାକାରଙ୍କୁ ସାମିଲ୍ କରିବା, ଦୁସ୍ଥ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ, ୨୦୧୨ରୁ ରାଜ୍ୟ ସରକାରଙ୍କ ନିକଟରୁ ଆସିଥିବା ଦୁଇ ଲକ୍ଷ ଟଙ୍କାର ସୁବିନିଯୋଗ କରାଯିବା, କଳାକାର ଭତ୍ତା ପାଉଥିବା କଲାକାରଙ୍କୁ ପରିଚୟ ପତ୍ର ପ୍ରଦାନ, ବିଜେପୁର ସଦରରେ କଳାକାର ଭବନ ନିର୍ମାଣ ଆଦି ପା଼ଞ୍ଚ ଦଫା ସମ୍ମିଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ବେଳେ ନୀଳମଣି ମେହେର, ଆଶିଷ ବେହେରା, ବିଜୟ ବେଶ୍ରା,ସମୀର ମେହେର, ରବି ମେହେର, ଭରତ ସାହୁ ପ୍ରମୁଖ ସମାବେଶରେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.