csstore

କଂଗ୍ରେସରେ ଯୋଗ ଦେଳେ ଅନେକ ଛାତ୍ର ଓ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଚାଲିଥିବା ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଛାତ୍ର ଓ ଯୁବକ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ବିଜୁ ଛାତ୍ର ଜନତା ଦଳର ସକ୍ରିୟ ଛାତ୍ରନେତା ନିତିଶ ପ୍ରଧାନ ମଧ୍ୟ ତାଙ୍କ ଦଳ ଛାଡି କଂଗ୍ରେସ ଦଳର ରାଜନୀତି ପ୍ରତି ଆକୃଷ୍ଠ ହୋଇ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦିନେଶ କୁମାର ମେହେର, ନରେନ୍ଦ୍ର ବେହେରା, ଅମନ ଅଲି, ସରୋଜ ସାହୁ, ସମିର କୁମ୍ଭାର, ରୋଶନ କୁମାର ପଣ୍ଡା, ଅର୍ୟନ ବାଗ, ନାରେନ ସାହୁ, ଜୟରାମ ପୁଟେଲ, ସ୍ୱୟଂ ଷଡଙ୍ଗି, ସମିର ଖମାରୀ, ଶିବାଶିଷ ପଟେଲ, ରାହୁଲ ନାଏକ ଓ ରାଜନ ନାଗ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର କଂଗ୍ରେସର ବିଭିନ୍ନ ପଦପଦବୀରେ ଥିବା ଛାତ୍ରନେତା ଯଥା ଦିନେଶ କୁମାର ସାହୁ, ଶୁଭେନ୍ଦୁ ସାହୁ, ବିଭିଷଣ ହୋତା, ଅଂଚଳ ପଣ୍ଡା, କ୍ରିଷ୍ଣା ପାତ୍ର, ସରୋଜ ସାହୁ ଏବଂ ଶୁଭମ ଷଡଙ୍ଗୀଙ୍କୁ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଛାତ୍ର କଂଗ୍ରେସର ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଉପସ୍ଥିତ ଥିବା ଛାତ୍ରନେତାମାନଙ୍କୁ ଶ୍ରୀ ମିଶ୍ର କହିଥିଲେ ଛାତ୍ର ସମାଜ ହେଉଛନ୍ତି ଦେଶର ବଡ ଶକ୍ତି । ଦୀର୍ଘ ବର୍ଷ ହେଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମାନଙ୍କ ବିରୁଦ୍ଧରେ ଦମନନୀତି ଚଳାଉଛନ୍ତି । ଯେଉଁ ଛାତ୍ରମାନେ ପାଠ ପଢି ସାରି ଚାକିରି ଆଶାରେ ଅଛନ୍ତି ସେମାନଙ୍କ ପାଇଁ ଚାକିରି ସୃଷ୍ଟି ହୋଇପାରି ନାହିଁ । ତେଣୁ ରାଜ୍ୟରେ ମଧ୍ୟ ବେକାର ସଂଖ୍ୟା ବଢିବାରେ ଲାଗିଛି । ଏ ସବୁ ପାଇଁ ଛାତ୍ରମାନଙ୍କୁ ଏକତ୍ରିତ ହୋଇ ଲଢିବାକୁ ପଡିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ମିଶ୍ରଣ ପର୍ବ ପୂର୍ବରୁ ବଲାଙ୍ଗିର ସଦର ବ୍ଲକର ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ତୁଷୁରାବାହାଲ ସମିତି ସଭ୍ୟ ଶଙ୍କର ମେହେର ବିଧାୟକ ଶ୍ରୀ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ଆସି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, କଂଗ୍ରେସ ନେତା ସରୋଜ ରଥ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଜିଲ୍ଲା ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଯୁବନେତା ନାସିର ଖାନ, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.