csstore

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଜୋରଦାର କଲା ବିଜେଡି ସାଙ୍ଗଠନିକ ସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବିଜୁ ଜନତାଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସକ୍ରୀୟ ହୋଇ ଉଠିଲା । ଶୁକ୍ରବାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥ ସୁନ୍ଦେରେଶ୍ୱର ମନ୍ଦିର ପରିସରସ୍ଥ ହାଟପଦାରେ ବିଜେଡି ସମାବେଶ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଆନୁକୂଲ୍ୟରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ତ୍ୱରେ ଆୟୋଜିତ ଏହି ସମାବେଶରେ ବ୍ଳକ୍-ସ୍ତରୀୟ ସାଙ୍ଗଠନିକ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, କାଳିଆ ନାହାକ, ସୁବାସ ନାହାକ, ଭବାନୀ ସାହୁ, ପ୍ରଶାନ୍ତ ପଣ୍ଡା, ବିମଳ ପଣ୍ଡା, ବିଭୁତି ସୁବୁଦ୍ଧି, ଜଗନ୍ନାଥ ସାବତ, ବି.ରାଜିବାବୁ, ଟି.ଚନ୍ଦ୍ରଶେଖର ରାଓ, ପ୍ରେସ ସେଲ୍ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପଣ୍ଡା, ମହିଳା ନେତ୍ରୀ ବ୍ଳକ୍ ଉପାଧ୍ୟକ୍ଷା ଅମୀତା ସାହୁ, ରଶ୍ମୀତା ନାହାକ, ପ୍ରବାସୀ ପ୍ରଧାନ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଏହି ସମାବେଶରେ ଯୋଗଦେଇ ନବୀନ ସରକାରଙ୍କ ମାଳମାଳ ଯୋଜନା ଓ ଦଳର କାର୍ଯ୍ୟକାରୀତା ସମ୍ପର୍କରେ ଲୋକାଭିମୁଖୀ କରାଇବାକୁ ଏହି ପଲ୍ଲୀ ସମାବେଶରେ ଆହ୍ୱାନ କରି ବିଜେଡି ଦଳର ସଂଗଠନକୁ ମଜବୁତ କରିବା ସମ୍ପର୍କରେ ସଚେତନ କରାଇଥିଲେ । ବିଜେଡି ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା ସୁବାଷ ଚନ୍ଦ୍ର ମହାରଣା ଏହି ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କୁ ଦଳୀୟ-ସଂଘୀୟ ଦୃଢ଼ୀଭୂତ କରାଇବାକୁ ସଚେତନତା କରାଇଥିଲେ ।

jayashree
Leave A Reply

Your email address will not be published.