csstore

ଯଦି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୫୦ ଟଙ୍କାରୁ କମ୍ କରିବାକୁ ଚାହୁଁଛନ୍ତି, ତେବେ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରନ୍ତୁ : ବରିଷ୍ଠ ଶିବସେନା ନେତା ସଂଜୟ ରାଉତ

ମୁମ୍ୱାଇ : ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ର ସରକାର ମୂଲ୍ୟ ହ୍ରାସ କରିବା ଗୋଟିଏ ଦିନ ପରେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ବିଜେପିକୁ ବ୍ୟଂଗୋକ୍ତି କରି କହିଛନ୍ତି ଯେ, ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ୫୦ ଟଙ୍କାରୁ କମ୍ କରିବାକୁ ଯଦି ଚାହୁଁଛନ୍ତି, ତେବେ ବିଜେପିକୁ ସଂପୂର୍ଣ୍ଣ ପରାଜିତ କରିବା ଜରୁରୀ । ରାଜ୍ୟସଭାର ସଦସ୍ୟ ରାଉତ କେନ୍ଦ୍ର ସରକାରଙ୍କୁ ଆଘାତ ଦେଇ କହିଛନ୍ତି ଯେ, ଇନ୍ଧନର ମୂଲ୍ୟ ୧୦୦ରୁ ଉର୍ଦ୍ଧ୍ୱକୁ ବୃଦ୍ଧି କରିବା ପାଇଁ ଜଣକୁ କଠୋର ହେବାକୁ ପଡିବ । ତେବେ ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ମିଳିତ ସରକାର ଅଛି ଏବଂ ସେଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୦ରୁ ଅଧିକ ରହିଛି ।

ଶ୍ରୀ ରାଉତ କହିଛନ୍ତି, “ଉପ-ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟିର ପରାଜୟ ପରେ କେନ୍ଦ୍ର ସରକାର ପେଟ୍ରୋଲର ମୂଲ୍ୟ ୫ ଟଙ୍କା ହ୍ରାସ କରିଛନ୍ତି । ଯଦି ମୂଲ୍ୟ ୫୦ ଟଙ୍କାରୁ କମ୍ କରିବାକୁ ଚାହୁଁଛନ୍ତି, ତେବେ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିବାକୁ ପଡିବ । ଶିବସେନା ନେତା ଦାବି କରିଛନ୍ତି ଯେ, ଦୀପାବଳି ପାଳନ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିବ । ଦରବୃଦ୍ଧି ହେତୁ କୌଣସି ଉତ୍ସବର ପରିବେଶ ନାହିଁ । ସୂଚନାଯୋଗ୍ୟ, ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କୁ କିଛି ଆରାମ ଦେବା ପାଇଁ ସରକାର ବୁଧବାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ । ଇନ୍ଧନ ମୂଲ୍ୟ ରେକର୍ଡ ଅଧିକ ହେବା ପରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଦର ଖସାଇ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଛି ।

jayashree
Leave A Reply

Your email address will not be published.