ବିଷାକ୍ତ ମଦ ପିଇ ୧୮ ଜଣଙ୍କ ମୃତ୍ୟୁ

ପାଟନା : ବିହାରରେ ବିଷାକ୍ତ ମଦ ପିଇ ମୋଟ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ବେତିଆରେ ୮ ଜଣ ଏବଂ ଗୋପାଳଗଞ୍ଜରେ ୧୦ ଜଣଙ୍କର ମୃତ୍ୟୁ ସରକାରୀ ଭାବେ ନିଶ୍ଚିତ ହୋଇଛି । ଆଜି ଗୋପାଳଗଞ୍ଜରେ ବିଷାକ୍ତ ମଦ ପିଇବା କାରଣରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁବାର ଗୋପାଳଗଞ୍ଜରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ମଧ୍ୟରେ ମହମ୍ମଦପୁରର ସୁରଜ ରାମ ଏବଂ ବଳରାମ ରାମ ଅଛନ୍ତି । ଟେଲିଫୋନିକ୍ ବାର୍ତ୍ତାଳାପରେ ପ୍ରଶାସନ ଦ୍ୱାରା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.