ଗୁଜୁରାଟର କଚ୍ଛରେ ଭୂକମ୍ପ : ରିକ୍‌ଟର ସ୍କେଲରେ ୫.୦ ତୀବ୍ରତା

ଗୁଜୁରାଟ : ଆଜି ଦିୱାଲୀ ଦିନ ଗୁଜୁରାଟର କଚ୍ଛରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍‌ଟର ସ୍କେଲରେ ୫.୦ ମାପ କରାଯାଇଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି କମ୍ପନ ଅପରାହ୍ନ ୩ ଟା ୧୫ମି. ସମୟରେ ଆସିଥିଲା । ଏହି ଭୂକମ୍ପ ସ୍ଥଳ ଦ୍ୱାରକାଠାରୁ ଉତ୍ତର-ଉତ୍ତର ପଶ୍ଚିମରେ ୨୨୩ କିଲୋମିଟର ବୋଲି ଜଣାପଡ଼ିଛି ।

ପୂର୍ବରୁ ଗୁଆହାଟୀରେ ୩.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ଯେ, ଭୂକମ୍ପର ଗଭୀରତା ପ୍ରାୟ ୨୫ କିଲୋମିଟର ଅଟେ । ଏହାର କେନ୍ଦ୍ରସ୍ଥଳ ଆସାମର ସୋନିତପୁର ଜିଲ୍ଲାର ୩୫ କିଲୋମିଟର ଦୂରରେ ଥିବା ତେଜପୁର ବୋଲି କୁହାଯାଇଛି ।

Leave A Reply

Your email address will not be published.