ପ୍ରତିବର୍ଷ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୀମାରେ ଦୀପାବଳି : ଜାମ୍ମୁ କାଶ୍ମୀରର ସୈନିକମାନଙ୍କ ସହ ଖୁସି ବାଣ୍ଟିବେ

ନୂଆଦିଲ୍ଲୀ : ଆଜି ଦୀପାବଳି ଏବଂ ପ୍ରତିବର୍ଷ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସାହସୀ ସୈନିକମାନଙ୍କ ସହ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସୀମା ରକ୍ଷା କରନ୍ତି, ସେମାନଙ୍କ ସହ ଖୁସି ବାଂଟିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜମୁରୀ, ଜାମ୍ମୁ କାଶ୍ମୀରର ନୋସେରା ସେକ୍ଟରରେ ରହିବେ । ଭାରତ ପାକିସ୍ତାନ ସୀମାରେ ପୋଷ୍ଟିଂ କରାଯାଇଥିବା ସୈନିକମାନଙ୍କୁ ଭେଟିବେ ଏବଂ ସେମାନଙ୍କ ସହ ଦୀପାବଳି ପାଳନ କରିବେ । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ଆଜି ଏଲ୍‌ଓସିର ସୁରକ୍ଷା ଦାୟିତ୍ୱରେ ଥିବା ନୋସେରା ବ୍ରିଗେଡକୁ ଯିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ତାଙ୍କ ଆଗମନ ଖବର ସେନା କର୍ମଚାରୀଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.