pr

ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବଲାଙ୍ଗିର ଦିନ୍ ପାଳନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବଲାଙ୍ଗିର ଦିନ୍ ପାଳନ କରାଯାଇଛି । ବଲାଙ୍ଗିର ମାଟିର ସନ୍ତାନ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିଛନ୍ତି । ଆଗାମୀ ଦିନରେ ଯୁବସମାଜ ସମସ୍ତ କ୍ଷେତ୍ରରେ ନିଜର ଉତ୍କର୍ଷତାକୁ ପ୍ରମାଣିତ କରି ଜିଲ୍ଲାକୁ ଆଗେଇ ନେବେ ବୋଲି ସଂଘ ପକ୍ଷରୁ ବଲାଙ୍ଗିର ଦିନ୍ ଉତ୍ସବ ପାଳନ ଅବସରରେ ଆଶା ପ୍ରକାଶ କରାଯାଇଛି । ବଲାଙ୍ଗିର ଦିନ୍ ଉତ୍ସବ ପାଳନ ଜିଲ୍ଲାର ସବୁ ବର୍ଗର ଜନ ସାଧାରଣଙ୍କୁ ଏକତ୍ରିତ କରିବ ବୋଲି ମଧ୍ୟ କୁହାଯାଇଛି । ବଲାଙ୍ଗିର ଦିନ୍‌ ପାଳନ ଉତ୍ସବରେ ସାମିଲ ହୋଇଥିବା ସମସ୍ତ ଜନପ୍ରତିନିଧି, ବୁଦ୍ଧିଜୀବୀ, କଳାକାର, ସ୍ଵେଚ୍ଛାସେବୀ ଓ ସାମ୍ବାଦିକମାନଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ସଭାପତି ହେମନ୍ତ ପଣ୍ଡା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ, ବରିଷ୍ଠ ସଭ୍ୟ ଓମ୍ ପ୍ରକାଶ ଚାନ୍ଦ, ମାନସ ରଞ୍ଜନ ନାୟକ, ସୁନିଲ ମିଶ୍ର, ଡମ୍ବରୁଧର ଆଚାର୍ଯ୍ୟ, ମନୋଜ ଗୁରୁ, ଭବାନୀ ପଟେଲ, ପ୍ରାଣନାଥ ପ୍ରଧାନ ଯୋଗ ଦେଇଥିବା ବେଳେ ସତ୍ୟ ପ୍ରକାଶ ପତି, ସଞ୍ଜିବ ପଣ୍ଡା ଓ ହିମାଂଶୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.