pr

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଗରମ ଏବଂ ଥଣ୍ଡା ପାଣି ବଣ୍ଟନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କୋଶଲ ସମାଜ ତରଫରୁ ରୋଗୀମାନଙ୍କ ତଥା ସେମାନଙ୍କ ପରିଜନମାନଙ୍କ ପାଇଁ ଗରମ ଓ ଥଣ୍ଡା ପାଣି ବଣ୍ଟନ କାର୍ଯ୍ୟ ସକାଳ ୧୦ ଘଣ୍ଟା ସମୟରୁ ଆରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବରେ ଡାଃ. ବିପିନ କିଶୋର ବାରା, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଇନଚାର୍ଜ ଅଧ୍ୟକ୍ଷ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ହସ୍ପିଟାଲ ପରିସରରେ ଗରମ ପାଣି ମିଳୁ ନଥିବାରୁ ଆଗାମୀ ଦିନରେ କୋଭିଡର ତୃତୀୟ ଲହର ସମ୍ଭାବନା ଦୃଷ୍ଟିକୁ ରଖି ଓ ଶୀତ ଦିନ ଆସୁଥିବାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ନେତୃତ୍ୱ କଲ୍ୟାଣ ଆନନ୍ଦଙ୍କ ପ୍ରେରଣାରେ କୋଶଲ ସମାଜ ସଚିବ, ବଲାଙ୍ଗିର ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, କୋଶଲ ସମାଜର ଯୁଗ୍ମ ସଚିବ କେଦାରନାଥ ସାହୁ (ବୌଦ୍ଧ), ସଂଯୋଜକ ସରୋଜ ବିଶ୍ୱାଳ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୈତାରୀ ସାହୁ, ଜଗନ୍ନାଥ ପ୍ରସାଦ ମାହାଣା, ସୁମନ୍ତ ମେହେର, କପିଳ କୁମ୍ଭାର, ନୀଳମଣୀ ଯୋଶୀ, କେଦାର ନନ୍ଦ, ପ୍ରହଲ୍ଲାଦ ଭୋଇ, ସୁବାଷିନୀ ସାହୁ, ଶୋଭାଗିନୀ ସାହୁ, ସରସ୍ୱତୀ ସାହୁ, ପୁରୁଷୋତ୍ତମ ସାହୁ, ବାହାଦୂଲ କର୍ମୀ, ସାନନ୍ଦ ହୋତା, ନୀଳମଣୀ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ । ସୁବାଷ ଚନ୍ଦନଙ୍କୁ ଏହି ପାଣି ବଣ୍ଟନ ପାଇଁ ନିଯୁକ୍ତ କରାଯାଇଛି ।

nrusinghnath
Leave A Reply

Your email address will not be published.