କୋଶଳିଆ ମାଳୀ ସମାଜର ସାଂଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁଖାମୁଣ୍ଡା ଶିବ ମନ୍ଦିର ବିଜେପୁର ସର୍କଲ ଅନ୍ତର୍ଗତ ପହଣ୍ଡି, ଅର୍ଡା, ଦେହେରୀପାଲି, କେଶେଇପାଲି, ପି.ଗଣ୍ଡପାଲି, ବାନ୍ଦୁପାଲି, ଏମ୍.ଶ୍ରୀଗିଡ଼ା, ସାନବାଉଁସେନ, ଭାଲୁପାଲି ଗାଁକୁ ନେଇ ଗଠିତ ପହଣ୍ଡି ଜୋନ୍‌ରେ ଥିବା ଜାତିଭାଇଙ୍କୁ ନେଇ ମକ୍ତା ପଟେଲଙ୍କ ସଭାପତିତ୍ୱରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେଲା । ସାମାଜିକ କର୍ମୀ ସୁଶାନ୍ତ ପଟେଲ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ବାର୍ଷିକ ମହୋତ୍ସବରେ ବିଭିନ୍ନ ପନିପରିବାର ପ୍ରଦର୍ଶନୀ କରିବା, ଜୈବିକ ଖତ ପାଇଁ ଗୋଟିଏ ପରିବାରରେ ଗୋଟିଏ ଗାଈ ରଖି ବିନା ମୂଲ୍ୟରେ ଜୈବିକ କୃଷି କରି ସମାଜକୁ ସୁଦୃଢ଼ କରିବା, ଉନ୍ନତ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ ନିମନ୍ତେ ଯୁବସମାଜ ଓ ନାରୀସମାଜକୁ ଆହ୍ୱାନ କରିଥିଲେ । ବିଶିଷ୍ଟ ସମାଜସେବୀ ଜଳନ୍ଧର ପଟେଲ, ଏଡଭୋକେଟ ଯଦୁମଣି ପଟେଲ, ରଣଜିତ ପଟେଲ, ପଞ୍ଚାନନ ଚୌଧୁରୀ ପ୍ରମୁଖ ସଭାକୁ ସମ୍ବୋଧିତ କରିଥିଲେ । ସର୍ବଶ୍ରୀ ଗଙ୍ଗାଧର, ସୁରେନ୍ଦ୍ର, ଧନୁର୍ଯ୍ୟ, ଟଙ୍କଧର, ନବୀନ, ରବୀନ୍ଦ୍ର, କୌଶିକ, ପଞ୍ଜାବୀ, ଜଗଦୀଶ ପଟେଲଙ୍କୁ ନେଇ ଜୋନାଲ କମିଟି ଗଠନ କରାଯାଇଛି । ପ୍ରେମରାଜ ପଟେଲ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶଚୀନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.