csstore

ପୋଲିସ୍ ଗାଡ଼ି ଉପରକୁ ଚଢ଼ି ନାଚିଲେ ଯୁବକ : ମାମଲା ଦର୍ଜ

ଚେନ୍ନାଇ : ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ କାର ଉପରେ କିଛି ଯୁବକ ନାଚୁଥିବା ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏହି ଯୁବକମାନଙ୍କୁ ଏହି ହରକତର ପରିଣାମ ଭୋଗିବାକୁ ହେବ, କାରଣ ଭିଡିଓ ଭାଇରାଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିଛି ।

ବାସ୍ତବରେ ଶନିବାର ଦିନ ଥିଲା ଥେଭର୍ ଜୟନ୍ତୀ । ଦକ୍ଷିଣ ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର କାମୁଡି ଠାରେ ଏହି ଉତ୍ସବ ପାଳନ ପାଇଁ ଏକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ସମୟରେ ସେଠାରେ ପୋଲିସ ଏବଂ ରାଜସ୍ୱ ବିଭାଗର କର୍ମଚାରୀମାନେ କାର୍ଯ୍ୟରତ ଥିଲେ । ଏହି ସମାରୋହରେ କିଛି ଉତ୍ସାହୀ ଯୁବକ ରାସ୍ତାରେ ନାଚୁଥିଲେ । ଏହି ଯୁବକମାନଙ୍କ ଏକ ଦଳ ପୋଲିସ ଗାଡି ଆଗରେ ଆସି ସେମାନଙ୍କୁ ଅଟକାଇ ନାଚିବା ଆରମ୍ଭ କଲେ । ଏହି ଯୁବକମାନେ ଏତିକିରେ ଅଟକି ନଥିଲେ, ନାଚି ନାଚି ପୋଲିସ କର୍ମଚାରୀଙ୍କ ଗାଡିରେ ଚଢ଼ି ଏହା ଉପରେ ନାଚିବା ଆରମ୍ଭ କରିଥିଲେ । କେହି ଜଣେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଭାଇରାଲ ହୋଇଥିଲା । ଏବେ ମହଂଗା ପଡ଼ିଛି ପୋଲିସ ଗାଡ଼ି ଉପରେ ନାଚିବା ।

jayashree
Leave A Reply

Your email address will not be published.