jayashree

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ.କେ.ରାଓଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଯୋଗଦେଇ ଆଲୋଚ୍ୟ ବିଷୟ ‘ନୂତନ କାବ୍ୟଧାରାରେ ପ୍ରଣେତା କବି ରାଧାନାଥ’ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପ୍ରଫେସର ଶ୍ରୀ ସାହୁ କହିଲେ ଯେ, ରୀତିଯୁଗୀୟ କବିଙ୍କ ମଧ୍ୟରେ ରାଧାନାଥଙ୍କ ସୃଷ୍ଟି ଅନନ୍ୟ । ରୀତିର ଅର୍ଥ କାବ୍ୟ ଶୋଭାବର୍ଦ୍ଧନକାରୀ । ତତ୍କାଳୀନ ସମୟରେ ଆଳଙ୍କାରିକକୁ ବେଶି ଗୁରୁତ୍ୱ ଦିଆଯାଉଥିଲା । ରାଧାନାଥଙ୍କ ପ୍ରବନ୍ଧ ‘ବିବେକୀ’ ପ୍ରଥମ ପ୍ରବନ୍ଧ ରୂପେ ମାନ୍ୟତା ପାଇଥିବା ବେଳେ ତାଙ୍କର ସାରସ୍ୱତ ସାଧନା ଆମର ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିବାରେ ସହାୟକ ହୋଇଛି । ଏହି ଅବସରରେ ଅଧ୍ୟାପିକା ପ୍ରଣତୀ ବେହେରା ଗଳ୍ପ ‘ଅଭିନୟ’ ପାଠ କରିଥିବା ବେଳେ ରାଜକୁମାର ମହାନ୍ତି ଗଳ୍ପଟିକୁ ସମୀକ୍ଷା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବରେ ସର୍ବଶ୍ରୀ କିଶୋରୀ ମୋହନ କର, ମଞ୍ଜୁଳା କୁମାରୀ ରଥ, ଡଲିରାଣୀ ବ୍ରହ୍ମା, ଗୀତାରାଣୀ ବେହେରା, ଗୌତମ ଦାସ, ବ୍ରହ୍ମାନନ୍ଦ ପାଢୀ, ସୁଭାଷିନୀ ସାହୁ, ଚିତ୍ତରଂଜନ ବ୍ରହ୍ମା, କଳ୍ପନା ନନ୍ଦ, ଅତୁଲ୍ୟ କୁମାର ମହାକୁଡ, ସୁଧୀର କୁମାର ନାଥ ପ୍ରମୁଖ କବିତା ପାଠ କରିଥିଲେ । କବି କୁଞ୍ଜବିହାରୀ ରାଉତ କବିତା ପାଠ ସହ କବିତା ଗୁଡିକୁ ସମୀକ୍ଷା କରିଥିଲେ । ଅନ୍ୟତମ ଅତିଥି ଭାବେ ଉପଦେଷ୍ଟା ପ୍ରତାପ କୁମାର ରାୟ ରାଧାନାଥଙ୍କ ସଂପର୍କୀତ କବିତା ପାଠ କରିଥିଲେ । ସଭାପତି ପ୍ରଫେସର ରାଓ ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବିଭୁଦତ୍ତ ବେହେରା, ଶରତ ଚନ୍ଦ୍ର ରାଉତ, କୁଳମଣି ଦାସ, ସ୍ୱର୍ଣ୍ଣଲତା ଘଡେଇ, ନିରୁପମା ଚାନ୍ଦ, ଲକ୍ଷ୍ମଣନାଥ ଦାସ, କବିତା ଦାଶ, ସୁନିଲ ମହାନ୍ତି, ଶାନ୍ତି ତ୍ରିପାଠୀ, ମନୋଜ କୁମାର ନନ୍ଦ, ଅଶୋକ ପଟ୍ଟନାୟକ, ରାଜୀବ ପାଣି, ରାମଚନ୍ଦ୍ର ଦାଶ, ରବିନ୍ଦ୍ର ଠାକୁର, ମୀନକେତନ ପଶାୟତ, ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.