jayashree

ଖଡ଼ିଆଳ ପୋଲିସ ପକ୍ଷରୁ ୪୮ ଜଣ ଦାଦନ ଶ୍ରମିକ ଉଦ୍ଧାର : ଏକ ବସ ଅଟକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଯାତ୍ରୀବାହୀ ଜନାର୍ଦ୍ଦନ ବସ୍‌ରୁ ୪୮ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଆଜି ମଧ୍ୟାହ୍ନରେ କଣ୍ଟାବାଞ୍ଜିରୁ ହାଇଦ୍ରାବାଦ ଯାଉଥିବା ଘରୋଇ ବସ୍‌ (ଓଡି୦୮ଆର୍‌-୧୦୨୨)ରେ ୩୯ଜଣ ଶ୍ରମିକ ଓ ୯ଜଣ ଶିଶୁ ଯାଉଥିଲେ । ଖବର ପାଇ ଥାନା ଛକ ନିକଟରେ ଖଡ଼ିଆଳ ପୋଲିସ ବସକୁ ଅଟକ ରଖିଥିଲା । ଶ୍ରମିକମାନେ ପୋଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପରେ ଜଣାପଡ଼ିଥିଲା ଯେ ଏହି ଶ୍ରମିକମାନେ ଦାଦନ ଖଟିବାକୁ ଯାଉଛନ୍ତି । ସୂଚନା ଅନୁସାରେ ଏହି ଶ୍ରମିକମାନେ କନ୍ଧମାଳ ଜିଲ୍ଲାର ଲରମ୍ଭା, ବଲାଙ୍ଗିର ଜିଲ୍ଲାର ବେଳପଡା ଏବଂ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏବଂ ଜୟପାଟଣା ଅଂଚଳର ବୋଲି ଜଣାପଡିଅଛି । ଦାଦନ ଶ୍ରମିକ ଚଲାଣ ନେଇ ନୂତନ ପଦ୍ଧତି ଆରମ୍ଭ ହୋଇଛି । ଟୁରିଷ୍ଟ ପ୍ରମିଟ କରି ବସଗୁଡିକ ଦାଦନ ଶ୍ରମିକ ସଂଗ୍ରହ କରି ସିଧାସଳଖ ବିଜୟବାଡ଼ା ନେଇ ଛାଡୁଛନ୍ତି । ସିନାପାଲି ଏବଂ ଖଡ଼ିଆଳ ଅଞ୍ଚଳରୁ ଏଭଳି ଶ୍ରମିକମାନେ ଚଲାଣ ହେଉଛନ୍ତି । ଘଟଣାର ଖବର ପାଇ ଖଡ଼ିଆଳ ପୋଲିସ ଚଢ଼ାଉ କରିଥିଲେ । ଘଟଣାର ତଦନ୍ତ ପରେ ୪୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଶ୍ରମ ବିଭାଗକୁ ହସ୍ତାନ୍ତର କରିଛନ୍ତି । ତଦନ୍ତ ପରେ ଶ୍ରମିକଙ୍କୁ ତାଙ୍କ ଘରକୁ ଛାଡିବା ବ୍ୟବସ୍ଥା କରିଥିବା ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.