csstore

ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବୀରେ ପ୍ରତିବାଦ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ କରି ନିର୍ମମ ହତ୍ୟାର ପ୍ରତିବାଦରେ ଏ.ଆଇ.ଡି.ଏସ୍‌.ଓ, ଏ.ଆଇ.ଡି.ୱାଇ.ଓ, ଏ.ଆଇ.ଏମ୍‌.ଏସ୍‌.ଏସ୍‌ ବଲାଙ୍ଗିର ଶାଖା ତରଫରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପ୍ଲାଟିନିୟମ ଜୁବଲି ଗେଟ ଏବଂ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବର୍ମା କମିଶନ ସୁପାରିଶ ଅନୁଯାୟୀ ଫାଷ୍ଟଟ୍ରାକ୍‌ କୋର୍ଟ ମାଧ୍ୟମରେ ଅପରାଧୀମାନଙ୍କର ବିଚାର କରାଯାଇ ଅପରାଧୀ ଗୋବିନ୍ଦ ସାହୁ ସମେତ ସଂପୃକ୍ତ ମନ୍ତ୍ରୀ ଓ ଅନ୍ୟାନ୍ୟ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ମମିତା ମେହେର ପରିବାରକୁ ଅନୁକମ୍ପାମୂଳକ କ୍ଷତିପୂରଣ ଯୋଗାଇ ଦେବା ଦାବୀରେ ସାରା ଓଡିଶାରେ ଛାତ୍ରଛାତ୍ରୀ, ଯୁବକଯୁବତୀ ଏବଂ ମହିଳାମାନଙ୍କୁ ନେଇ ଆନ୍ଦୋଳନ ସଙ୍ଗଠିତ କରାଯାଉଛି । ଏଆଇଏମ୍‌ଏସ୍‌ଏସ୍‌ ଓଡିଶା ରାଜ୍ୟ କମିଟି ସଭ୍ୟା ମନ୍ଦୋଦରୀ ରାଉଳଙ୍କ ନେତୃତ୍ୱରେ ସଙ୍ଗଠିତ ଆଜିର ପ୍ରତିବାଦ ସଭାରେ ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ସିଦ୍ଧାନ୍ତ ମହାକୁର ଏବଂ ଅନନ୍ୟା ଦାନୀଙ୍କ ସମେତ ବିଶ୍ୱ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ ।

jayashree
Leave A Reply

Your email address will not be published.