oom

ଡୁଡୁକିଝରିଆ ମା’ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ନିଜ ମାଟିରେ ପାଇକମାଳକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆରେ ଚାଲିଥିବା ୮ମ ମା’ ସମଲେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପାଇକମାଳକୁ ହରାଇ ଡୁଡୁକିଝରିଆ ଚମ୍ପିୟାନ ହୋଇଛି । ଡୁଡୁକିଝରିଆ ଓ ପାଇକମାଲ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଡୁଡୁକିଝରିଆ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସୋମେଶ ମାଝୀଙ୍କ ଧୂଆଁଧାର ୪୭ ରନ ଓ ଘନ ଭୋଇଙ୍କ ୨୩ ରନ ସହାୟତାରେ ୪ ଓ୍ବିକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲେ । ୧୦୨ ରନ ବିଜୟ ଲକ୍ଷ୍ୟ ନେଇ ପାଇକମାଲ ଦଳ ନିର୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୮୯ ରନ ସଂଗ୍ରହ କରି ଡୁଡୁକିଝରିଆ ୧୨ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା । ସନ୍ତୋଷ କୁମାର ପଣ୍ଡା ଓ କାହ୍ନୁ ସାହୁ ଖେଳ ପରିଚାଳନା କରିଥିଲେ । ବବୁନ ମାଝୀ ସ୍କୋରର ଥିବା ବେଳେ ପ୍ରହ୍ଳାଲାଦ ଭୋଇ ଓ ଅମିତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦ ସୁନା ଓ ସମ୍ମାନିତ ଅତିଥି ଭାବେ ପାଇକମାଲ ବ୍ଳକ ବିଜୁ ଜନତା ଦଳ ସଭାପତି ଗୌତମ ସିଂ, ବିଜୁ ଜନତା ଦଳ ଉପ-ସଭାପତି ଶରତ ତାଣ୍ଡି, ବିଜୁ ଜନତା ଦଳର ସମ୍ପାଦକ ଭୋଜରାଜ ଭୋଇ, ଜିଲ୍ଲା ପରିଷଦ ବିଶ୍ବନାଥ ବାଗ, ଗିରିଶ ଡନସନା, ଯୋଗିନ୍ଦ୍ର ଭୋଇ,ଗୋଗୁଳ ତାଣ୍ଡି, ସାମ୍ବାଦିକ ସୌମ୍ୟରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ଥାଇ ଚମ୍ପିୟାନ ଦଳକୁ ୧୨୦୦୦ ନଗଦ ଟଙ୍କା ସହ ଟ୍ରଫି ଓ ରନର୍ସ ଦଳକୁ ୮୦୦୦ ନଗଦ ଟଙ୍କା ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ସୋମେଶ ମାଝୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଘନ ଭୋଇଙ୍କୁ ମ୍ୟାନ ଅଫ ଦି ସିରିଜ ଦେଇ ଅତିଥିମାନେ ପୁରସ୍କୃତ କରିଥିଲେ । ଅମିତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅପୁ ଦାଶ, ମଣ୍ଟୁ ଷଡ଼ଙ୍ଗୀ, ତ୍ରିନାଥ ଭୋଇ ପ୍ରମୁଖ, ଭୁପେନ୍ଦ୍ର ଷଡ଼ଙ୍ଗୀ, ଆଶୁତୋଷ ତ୍ରିପାଠୀ ସମେତ ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.