oom

ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦର ୨ୟ ଅଧିବେଶନ ବୈଠକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଞ୍ଚଳିକ ଏକତା, ଶାନ୍ତି, ମୈତ୍ରୀ ସଦ୍‌ଭାବ ଓ ବିକାଶର ଧାରା ପୁନଃପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦ, ଘୋରଡିଆର ୨ୟ ଅଧିବେଶନ ବୈଠକ ଗତକାଲି ରାଧା ମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା, ଘୋରଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଂଚଳିକ ବିକାଶ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ରମେଶଚନ୍ଦ୍ର ପାଟଶାଣୀ ସଂଯୋଜନା କରିଥିଲେ । କାର୍ୟ୍ୟକାରୀ ସଂପାଦକ ଶଶିଶେଖର ରାୟ, ଉପଦେଷ୍ଟା ସମିତିର ସଭାପତି କମ୍ମୁର ମହମ୍ମଦ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ଜେନା ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର ସମଧାନ କିପର କରାଯିବ ନୀତି ନିର୍ଧାରଣ କରାଯ।ଇଥିଲା । ଆଞ୍ଚଳିକ ଏକତା, ଶାନ୍ତି ଓ ସଦ୍‌ଭାବନା ଉପରେ ଗୁରୁତ୍ୱ ଦେବା ସହ ନିଶାନିବାରଣ ଏବଂ ଅଞ୍ଚଳର ବିକାଶ ଯଥାଶୀଘ୍ର ଯୋରକଣୀ ସେତୁ ନିର୍ମାଣ, ଐତିହାସିକ ତରା ପୁଷ୍କରିଣୀର ପୁନରୁଦ୍ଧାର, ପ୍ରସିଦ୍ଧ ଦୟଣା ଚୋରି ଯାତ୍ରାର ବିକାଶ, ଘୋରଡିଆ ହାଟ ବଜାରରେ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇଥିଲା । ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଆର୍ତ୍ତ୍‌୍ରାଣ ମାହାନ୍ତିଙ୍କୁ ଆଞ୍ଚଳିକ ଶାନ୍ତି ଓ ଉନ୍ନୟନ ପରିଷଦ ପକ୍ଷରୁ ଉତ୍ତରୀୟ, ଉପଢୌକନ ଉପହାର ସ୍ୱରୂପ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାକର ମାର୍ଥା, ବାବନ ବୈରୀଗଜଂନ, ଶ୍ୟାମ ସୁନ୍ଦର ସାହୁୁ, ଲଡୁ କିଶୋର ରାୟ, ଜାକିର ଖାଁ, ମାନସ ପାତ୍ର, ଗୋପବନ୍ଧୁ ବଳିୟ।ର ସିଂହ, ଧନେଶ୍ୱର ସୁନ୍ଦରାୟ, ଉମାକାନ୍ତ ଦଳେଇ, ୟୁଧିଷ୍ଠିର ମାର୍ଥା, କାର୍ତ୍ତିକ ପ।ଟ୍ଟଶାଣୀ ପ୍ରମୁଖଙ୍କ ସମେତ ୮୦ରୁ ଅଧିକ ସାଉରିଆ, ଘନିପୁର, କଲ୍ୟାଣପୁର ପଂଚାୟତର ବିଭିନ୍ନ ଗ୍ରାମରୁ ପ୍ରତିନିଧି ଉପସ୍ଥିତ ରହିଥିଲେ । ଶେଷରେ ସହ ସଂପାଦକ ସୟିଦ୍‌ ମହମ୍ମଦ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.