pakka

ପୁସ୍ତକ ନେପଥ୍ୟ ନାୟିକା ପ୍ରଥମ ସଂକଳନ ଉନ୍ମୋଚନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ମଣ୍ଡଳ ଗ୍ରାମର ଡଃ ସୁମନ୍ତ କୁମାର ପାଢ଼ୀଙ୍କ ସ୍ୱରଚିତ କବିତା ପୁସ୍ତକ ନେପଥ୍ୟ ନାୟିକା ପ୍ରଥମ ସଂକଳନ ଉନ୍ମୋଚନ ହୋଇଯାଇଛି । ଆଜି ବେଲପଡା ସରକାରୀ ଡାକ୍ତରଖାନା ପରିସରରେ ପୁସ୍ତକ ନେପଥ୍ୟ ନାୟିକା ଉନ୍ମୋଚନ ଉତ୍ସବରେ ଡ଼ ରବିନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ଼ ଗୋବର୍ଦ୍ଧନ ନାଏକ, ମୁଖ୍ୟ ବକ୍ତା ଭାବେ ଡ ନିରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମନୋଜ କୁମାର ମହାକୁଡ଼, ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ ଅମର କୁମାର ମିଶ୍ର, କୁଞ୍ଜ ବିହାରୀ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାଏକ ପୁସ୍ତକ ନେପଥ୍ୟ ନାୟିକା ପ୍ରଥମ ସଂକଳନ ଉନ୍ମୋଚନ କରିଥିଲେ । ଡ଼ ପାଢ଼ୀ ଜଣେ ଅଞ୍ଚଳର ଜଣାଶୁଣା ଡକ୍ଟର ଭାବେ ପରିଚିତ ଥିବା ବେଳେ ଜଣେ ଲେଖକ ଭାବେ ତାଙ୍କର ସ୍ୱରଚିତ କବିତା ପୁସ୍ତକ ନେପଥ୍ୟ ନାୟିକା ପାଇଁ ଆହୁରି ଅଞ୍ଚଳରେ ପରିଚିତ ହୋଇଛନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏଥିରେ ସାହିତ୍ୟ ପ୍ରେମୀ ସତନକୁମାର ଜୈନ, ଅବନୀ ଖମାରୀ, ପ୍ରଭାଷ ଅଗସ୍ତି, ଶ୍ରୀମତୀ ପ୍ରୋମୋଦନୀ ଯୋଷୀ, ଶ୍ରୀମତୀ ସନ୍ତୋଷି ମେହେର, ଜୈମେନୀକା ପାଢ଼ୀ, ରୋଜୀ ମିଶ୍ରଙ୍କ ସମେତ ଅନ୍ୟ କବି କବିତ୍ରୀ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁରେଶ ଚନ୍ଦ୍ର ମେହେର ସଂଯୋଜନା କରିଥିଲେ ।

Leave A Reply

Your email address will not be published.

18 − 14 =