csstore

ବାଇକ୍‌ ଆରୋହୀକୁ ପିଟିଲା ଅଜଣା ଚାରି ଚକିଆ ଯାନ : ସ୍ୱାମୀ ସ୍ତ୍ରୀ ଗୁରୁତର, ଅଗ୍ନିଶମ ବିଭାଗ ଦ୍ୱାରା କଂଟାବାଂଜି ଡାକ୍ତରଖାନାରେ ଭର୍ତି

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି- ତୁରେକେଲା ପି.ଡବ୍ଲୁ.ଡି. ମୁଖ୍ୟ ରାସ୍ତାର ଦାବ୍ରୀ ୩୩/୧୧ କେ.ଭି. ଇଲେକ୍ଟ୍ରି ଗ୍ରୀଡର ବୁଲାଣିଠାରେ ଏକ ବାଇକ୍‌ ଚାଳକକୁ ଅଜଣା ଚାରି ଚକିଆ ଯାନ ଗୁରୁବାର ଦିବ ସାଢେ ଏଗାରଟାରେ ମୁହାଁ ମୁହିଁ ଧକ୍କା ଦେଇ ଫେରାର ମାରିଛି । ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଁଚି ଆହାତ ସ୍ୱାମୀ ସ୍ତ୍ରୀକୁ ଅଗ୍ନିଶମ ଗାଡିରେ ଡାକ୍ତରଖାନାକୁ ପହାଂଚାଇ ଭର୍ତି କରିଥିବା ଜଣାପଡିଛି । ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁସାରେ ତୁରେକେଲା ଥାନା ବଡବାଙ୍କି ପଂଚାୟତ ଚାରପାଣି ଗାଁର ବୈଷ୍ଣବ ହରପାଲ (୪୫) ଓ ତାଙ୍କର ସ୍ତ୍ରୀ ସୁଲତା (୪୦) ଉଭୟେ ନିଜ ମୋଟର ସାଇକଲରେ କଂଟାବାଂଜିକୁ ଆସୁଥିଲେ । କଂଟାବାଂଜି ପଟୁ ଯାଉଥିବା ଏକ ଚାରି ଚକିଆ ଯାନ ମୁହାଁମୁହିଁ ଧକ୍କା ଦେବାରୁ ଉଭୟେ ଛିଟିକି ପଡି ଗୁରୁତରେ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରିବା ମଧ୍ୟରେ ଅନତି ଦୂରରେ ଥିବା ଅଗ୍ନିଶମ ବିଭାଗ ପହଁଚି ଉଭୟ ସ୍ୱାମୀ ସ୍ତ୍ରୀକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିବା ମଧ୍ୟରେ ସ୍ତ୍ରୀ ସୁଲତାର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ଏହି ଖବର ଲେଖିବା ମଧ୍ୟରେ କଂଟାବାଂଜି ଥାନାରୁ ଏଏସ୍‌ଆଇ ସୁନ୍ଦର ବେହେରା ଡାକ୍ତରଖାନାକୁ ଆସି ଅଧିକ ତଦନ୍ତ କରିବା ମଧ୍ୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କଠାରୁ ଥାନାରେ ଅଭିଯୋଗ ହୋଇ ନଥିଲା । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଏଏସ୍‌ଆଇ ଶ୍ରୀ ବେହେରାଙ୍କଠାରୁ ପ୍ରକାଶ ।

jayashree
Leave A Reply

Your email address will not be published.