oom

ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ସାମୁଦ୍ରିକ ଜୀବ ବିଜ୍ଞାନୀ ତଥା ଗବେଷକ ଅନୀଲ ମହାପାତ୍ର, ବନ୍ୟଜନ୍ତୁ ବିଶେଷଜ୍ଞ ଚନ୍ଦନ ଯାନୀ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ, ଅବୈତନିକ ବନ୍ୟପ୍ରାଣୀ ତତ୍ୱବଧାରକ ସୁଳପାଣି ଶତପଥୀ, ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ୨୦୨୧ ଆର୍ଥିକ ବର୍ଷ ପାଇଁ ଛତ୍ରପୁର ସବ ଡିଭିଜନର ମାଗତା ବେହେରା ଏବଂ ଭଞ୍ଜନଗର ସବ ଡିଭିଜନ ପକ୍ଷରୁ କ୍ଷେତ ମୁଣ୍ଡୁଲି ବନସୁରକ୍ଷା ସମିତିକୁ ପୁରସ୍କୃତ କରିବା ସହ ମାନପତ୍ର ଓ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହ ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠର ଶାନ୍ତିଲତା ମୁନିଙ୍କୁ ପକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ବନ୍ୟ ଜୀବଙ୍କ ସୁରକ୍ଷା ଏକାନ୍ତ କାମ୍ୟ ବୋଲି ମତ ରଖିଥିଲେ ମୁଖ୍ୟ ଅତିଥି । ସେହିପରି ସାମୁଦ୍ରିକ ପ୍ରାଣୀ ଗବେଷକ ଅନୀଲ ମହାପାତ୍ର କହିଥିଲେ ବନ୍ୟଜନ୍ତୁଙ୍କ ଭଳି ସାମୁଦ୍ରିକ ଜୀବଙ୍କ ମଧ୍ୟ ପୃଥିବୀ ପାଇଁ ଗୁରୁତ୍ୱ ବହନ କରୁଛି । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଡି-ପଲ ସ୍କୁଲର ଛାତ୍ରୀ ସୁଭଦ୍ରା, କଳିଙ୍ଗ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରୀତିରେଖା ପାଣିଗ୍ରାହୀ ଓ ଆସିକା ରୋଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ପିତା ଶବର ପୃଥିବୀ ପୃଷ୍ଟରେ ବନ୍ୟପ୍ରାଣୀଙ୍କ ଆବଶ୍ୟକତା ଉପରେ ବକୃତା ପ୍ରଦାନ କରିଥିଲେ । ଇକୋ-କ୍ଲବ ସଂଯୋଜକ ଡକ୍ଟର ଶଙ୍କର ନାରାୟଣ ବେଜ ମଞ୍ଚ ପରିଚାଳନା କରିଥିବା ବେଳେ ଏସି.ଏଫ. ଅଶୋକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏସି.ଏଫ. ବିଜୟ କୁମାର ପଣ୍ଡା, ସୁଦର୍ଶନ ବାଦୀ, ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ଦିଲ୍ଲୀପ ମାର୍ଥା, ସିଦ୍ଧାର୍ଥ ସାହୁ, କାହ୍ନୁ ଚରଣ ପଟ୍ଟନାୟକ, ରଜତ ମିଶ୍ର, ଦିଗାମ୍ବର ପାତ୍ର, ଦିଗାମ୍ବର ହୋତା, ପ୍ରଦୀପ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବନାଞ୍ଚଳ ଅଧିକାରୀ, ବନପାଳ ଓ ବନରକ୍ଷୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.