ଶାରିରୀକ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଉରିଆ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା ଘୋରଡିଆର ଶାରିରୀକ ଶିକ୍ଷକ ଆର୍ତ୍ତତ୍ରାଣ ମାହାନ୍ତିଙ୍କୁ ବିଦ୍ୟାଳୟ ଓ ପୁରାତନ ଛାତ୍ର ସଂସଦ ତରଫରୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଜଣେ ଛାତ୍ର ବତ୍ସଳ କର୍ତ୍ତବ୍ୟନିଷ୍ଠ, ମେଳାପି, ନିଷ୍ଠାପର, ଆମାୟିକ ବ୍ୟକ୍ତିତ୍ୱ ଓ ଦକ୍ଷତା ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ । ସ୍କୁଲ ପ୍ରତିଷ୍ଠା ଦିନରୁ ଆଜି ପର୍ଯ୍ୟନ୍ତ, ଦୀର୍ଘ ୩୮ବର୍ଷ ଶାରିରୀକ ଶିକ୍ଷକ ରୂପେ କାମ କରି ଆସୁଥିଲେ । ତାଙ୍କର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ରୁପେ ସ୍ଥାନୀୟ ସରପଞ୍ଚ କୁନିମଣୀ ରାଉତରାୟ, ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ନିରଜଂନ ପାତ୍ର, ବ୍ଲକ ସହକାରୀ ଶିକ୍ଷାଧିକାରୀ ସମ୍ମାନିତ ଅତିଥିରୁପେ ଯୁଧିଷ୍ଠିର ପରିଡା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରପ୍ରିୟା ନନ୍ଦ ,ଏସ୍‌ଏମ୍‌ସି ସଦସ୍ୟ ବିଧାନ ଚନ୍ଦ୍ର ରାୟ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ଜେନା, ରମାମଣୀ ଜେନା ପ୍ରମୁଖ ଯୋଗ ଦେଇ ସେବା ନିବୃତ ଶିକ୍ଷକଙ୍କ ଗୁଣଗାନ କରିବା ସହ ବିଦ୍ୟାଳୟ ତରଫରୁ ତାଙ୍କୁ ମାନପତ୍ର, ଉପଢୌକନ, ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏଥିସହ ବିଭିନ୍ନ ସ୍କୁଲର ଶିକ୍ଷକ, ଗ୍ରାମବାସୀ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ସବୁ ବ୍ୟାଚର ଛାତ୍ରଛାତ୍ର୍ରୀମାନେ ତାଙ୍କର ବିଦାୟୀ ପ୍ରିୟ ଶାରିରୀକ ଶିକ୍ଷକଙ୍କୁ ଫୁଲତୋଡା, ଉତ୍ତରୀୟ, ଉପହାର ସ୍ୱରୂପ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ଲଡୁକିଶୋର ସାମନ୍ତସିଂହାର, ରବି ନାରାୟଣ ନାୟକ, ବିଷ୍ଣୁପ୍ରିୟା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ, ପଅନ ପବିତ୍ର ମୋହନ ସାହୁ ଏବଂ କୃପାସିନ୍ଧୁ ଏମ.ଇ.ସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ପଲେଇ ପ୍ରମୁଖ ତାଙ୍କୁ ପ୍ରଶଂସା କରିଥିଲେ । ଏଥିରେ ଶିକ୍ଷକ ହୃଷିକେଶ ବଳିୟାରସିଂହ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶେଷରେ ପୁରାତନ ଛାତ୍ରଛାତ୍ରୀମାନେ ବିରାଟ ଶୋଭାଯାତ୍ରାରେ ଶିକ୍ଷକଙ୍କୁ ଏକ ଖୋଲା ଭ୍ୟାନରେ ଗ୍ରାମ ବଜାର ପରିକ୍ରମା କରାଇ ତାଙ୍କ ନିଜସ୍ୱ ଗାଁ ତିରିମଲରେ ଛାଡିଥିଲେ । ଶିକ୍ଷକ ଲଡୁ କିଶୋର ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.