ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

ଶିବତଲା, (କେପିଏନ୍ଏସ୍) : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ହରଗୌରୀ ସୌନ୍ଦର୍ଯ୍ୟକରଣ କମିଟି ଆନୁକୂଲ୍ୟରେ ସ୍ୱଚ୍ଛତା ହରଗୌରୀ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବତଲା ଗ୍ରାମପଞ୍ଚାୟତ ସରପଞ୍ଚ ବାଳକୃଷ୍ଣ ବେହେରା, ଗ୍ରାମ୍ୟ କମିଟି ସମ୍ପାଦକ ଭୋଜରାଜ ବେହେରା, କୋଷାଧ୍ୟକ୍ଷ ଗୋପାଳ ବେହେରା, ସୌନ୍ଦର୍ଯ୍ୟକରଣ କମିଟି ଉପ ସଭାପତି ନବୀନ ସାହୁ, ସମ୍ପାଦକ ହୋଲିଶ୍ୱର ଧରୁଆ, ସଭ୍ୟ କୁନା ବେହେରା, ଦୀପକ କର୍ମୀ, ସନ୍ତୋଷ ଧରୁଆ ତଥା ଶତାଧିକ ସ୍ୱେଚ୍ଛାସେବୀ ଯୋଗଦାନ କରି ମନ୍ଦିରର ଚତୁର୍ପାଶ୍ୱକୁ ସଫା ସୁତୁରା ଭଳି ପୁଣ୍ୟ କାର୍ଯ୍ୟ କରିବା ସହ ମହାନ ଜନନାୟକ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ଗୁଣଗାନ କରିଥିଲେ ।

Leave A Reply

Your email address will not be published.