pr

କେଶରୀୟା ହିନ୍ଦୁ ବାହିନୀ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଗତ ତା.୨୯/୦୯/୨୦୨୧ ରିଖରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନୂତନ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ୩ ଜଣ ଜିଲ୍ଲା ସ୍ତରୀୟ ପଦାଧିକାରୀ ଯଥା ଜିଲ୍ଲା ଉପ ସଭାପତି ପ୍ରଦୀପ ଦାସ, ଜିଲ୍ଲା ସମ୍ପାଦକ ବିଶ୍ୱଜିତ୍ ପ୍ରଧାନ, ଜିଲ୍ଲା ସହ ପ୍ରଭାରୀ ପ୍ରଦୀପ ସାହୁଙ୍କୁ ସ୍ଵାଗତ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାକୁ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ ପରିଚାଳନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ, ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ନଗର ସୂଚନା ପ୍ରମୁଖ ଗଣେଶ୍ୱର ରଥ, ଲୋଇସିଂହା ବ୍ଲକ୍ ସଭାପତି ବିରେନ୍ଦ୍ର ବାରିକ୍, ସୈଲେନନ୍ଦ୍ର ନାଏକ, ରାଜୁ ନାଏକ, ଅଶୋକ ସିଂ, ଶରତ ସାହୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ନୂତନ ସଦସ୍ୟ ମାନେ ନିଜ ନିଜ ଅଭିଭାଷଣରେ ଆଗାମୀ ଦିନରେ ସମସ୍ତେ ଏକତ୍ରିତ ହୋଇ ଏକ୍‌ ମନ୍‌ ଏକ୍‌ ପ୍ରାଣ ସହ ଏକ ପରିବାର ଭଳି କାମ କରି ସଂଗଠନକୁ ଆହୁରି ସୁଦୃଢ କରିବା ନେଇ ମତବ୍ୟକ୍ତ କରିଥିଲେ ।

nrusinghnath
Leave A Reply

Your email address will not be published.