oom

ମିଳିତ ଚାଷୀ ସଂଗଠନ ବନ୍ଦ କଲା କଚେରୀ : କୋଟରୁ ଫେରିଲେ ଜ୍‌ଜ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବଲାଙ୍ଗିର ସହରରେ ଏହାର ବିଶେଷ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ମିଳିତ ଚାଷୀ ସଂଗଠନ ତଥା ବନ୍ଦ ପାଳନକୁ ସମର୍ଥନ କରୁଥିବା ସଂଗଠନ ମାନଙ୍କ ପକ୍ଷରୁ ସ୍ଥାନୀୟ କଚେରୀ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ସେହିପରି ବଲାଙ୍ଗିର ସିଭିଲ କୋଟ ସମ୍ମୁଖରେ ଆନ୍ଦୋଳନକାରୀ ମାନେ ଏକଜୁଟ ହୋଇ ଜିଲ୍ଲା ଜ୍‌ଜ ସହ ଅନ୍ୟ ଜ୍‌୍‌ଜ ମାନଙ୍କୁ କୋଟ କାମ ବନ୍ଦ କରିବାକୁ ଅନୁରୋଧ କରିବା ପରେ ଜ୍‌ଜ ମାନେ ଫେରି ଯାଇଥିଲେ । ସିଭିଲକୋଟ ସାମ୍‌ନାରେ ଆନ୍ଦୋଳନକାରୀ ଚାଷୀ ନେତା ଯତି ପଧାନ, ଆକାଶ ମିଶ୍ର, ଅରୁଣ ମିଶ୍ର, ଚଗଲା ପରିଚ୍ଛା, ସାନନ୍ଦ ମିଶ୍ର, ସିଦ୍ଧାର୍ଥ ମିଶ୍ର, ବାର୍‌ଏସୋସିଏସନ୍‌ ସଦସ୍ୟ ଗୋପାଳ ପାଣିଗ୍ରାହୀ, ପ୍ରମୋଦ ତ୍ରପାଠୀ, ମଦନ ଗୋପାଳ ସାହୁ, ଉମାକାନ୍ତ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

jittmm
Leave A Reply

Your email address will not be published.