oom

ଗୃହ କମିଟିକୁ ଚନ୍ଦନଭାଟିରେ ଭବ୍ୟ ସ୍ୱାଗତ : ନିର୍ବାଚନୀ ମାହୋଲରେ ଭ୍ରମ ସୃଷ୍ଟି କଲା ଲୋକଙ୍କ ଉଚ୍ଛତ୍ସିତ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ଗୃହ କମିଟିର ଉପ-କମିଟି -୪ ବିଜୁଳି ସମ୍ବନ୍ଧୀୟ ସମସ୍ୟା ଓ ଆଲୋଚନା ପାଇଁ ଆସିଥିବା ଗୃହ କମିଟିକୁ ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି ଅଂଚଳର ଭବ୍ୟ ସ୍ୱାଗତ ଦିଆଯାଇଛି । ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର, କମିଟି ସଦସ୍ୟ କିଶୋର ମହାନ୍ତି, କମିଟି ସଦସ୍ୟ ସୁବାଷ ପାଣିଗ୍ରାହୀ ଏବଂ ବିଭାଗୀୟ ଯନ୍ତ୍ରୀ, ଅଧିକାରୀମାନଙ୍କୁ ଫାସଡ, ସକମା, ରାଣିପାଲି, ଖଲିଆପାଲି ଏବଂ ଚନ୍ଦନଭାଟି ଠାରେ ସହସ୍ରାଧିକ ଲୋକ ସେ ଅଂଚଳର ବିଜୁଳିକୁ ନେଇ ସମସ୍ୟା ଓ ତାର ପ୍ରତିକାର ପାଇଁ ଅନୁରୋଧ କରିବା ସହ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବିଧାନସଭା ଗୃହ କମିଟିରେ ତିନି ପ୍ରମୁଖ ରାଜନୈତିକ ଦଳ ଯଥା କଂଗ୍ରେସ, ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିରୁ ପ୍ରତିନିଧିତ୍ୱ କରୁଛନ୍ତି । ଲୋକଙ୍କ ସହ ଆଲୋଚନା ସମୟରେ ଗୃହ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ, ଏହାକୁ କୌଣସିି ରାଜନୈତିକ କମିଟି ନୁହେଁ କିମ୍ବା ଏହି କମିଟି ଏ ଅଂଚଳକୁ ଅନ୍ୟ ରାଜନେତାଙ୍କ ଭଳି ଘୃଣ୍ୟ ରାଜନୀତି କରିବା ପାଇଁ ଆସିନାହିଁ । କମିଟିର ସଭ୍ୟମାନେ ଲୋକଙ୍କ ବିଜୁଳି ସମ୍ବନ୍ଧୀୟ ସମସ୍ୟା ଶୁଣି ସେ ସମସ୍ୟାରୁ ସେମାନଙ୍କ ମୁକୁଳିବା ପାଇଁ ଏ ଅଂଚଳକୁ ଗସ୍ତ କରିଛନ୍ତି । ଲୋକଙ୍କ ସେବା ପହଞ୍ଚାଇବା ହିଁ ଏହି ଗୃହ କମିଟିର ମୂଳ ଲକ୍ଷ୍ୟ । ତେଣୁ ଲୋକେ କୌଣସିି ପ୍ରକାର ରାଜନୈତିକ ନାରାବାଜି, ହୋହାଲ୍ଲା ନ କରି ନିଜ ଅଂଚଳର ସମସ୍ୟା ଜଣାନ୍ତୁ । ତାଙ୍କର ସମସ୍ୟା ନିଶ୍ଚୟ ଦୂରୀଭୂତ ହେବ ।

jittmm
Leave A Reply

Your email address will not be published.