oom

ବିଭିନ୍ନ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ୍‌ କାର୍ଡ ପ୍ରଦାନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଆଜି ବିଜୁ ସ୍ୱାସ୍ଥ୍ୟ ବୀମା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ବିଭିନ୍ନ ପଞ୍ଚାୟତରେ ଗୃହ ଓ ଶକ୍ତି ମନ୍ତ୍ରୀ କ୍ୟାପଟନେ ଦିବ୍ୟଶଙ୍କର ମିଶ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଫିରୋଜ ଖାଁ, ଅଜୟ ଦାସ, ଜିଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ବିଡ଼ିଓ ରିପୁନାଥ ସୁନା, ଏକାଉଣ୍ଟ ଅଫିସର ଜ୍ୟୋତି ପ୍ରକାଶ ମିଶ୍ର, ସେଫାଳି ସେଲମା ପ୍ରମୁଖ ଉପସ୍ଥିତ ଥିଲେ । ଭୁସଲାଡ଼ ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବେହେରା, ସମିତି ସଭ୍ୟ ପଙ୍କ ସାହୁ ପ୍ରମୁଖ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ପିିିିଇଓ ହେମନ୍ତ ବେହେରା, ଅଙ୍ଗନୱାଡି କର୍ମୀ, ଆଶା ମା’, ଓଡିଶା ଜୀବିକା ମିଶନର ସିଆରପି, ଏମ୍‌ବିକେ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଝଲପ୍‌ ପଞ୍ଚାୟତରେ ସରପଞ୍ଚ ଦଣ୍ଡାସି ବେହେରା, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ପିଇଓ ଯୁଧିଷ୍ଠିର ସାହୁ ଏବଂ ଦେଢଗା ପଞ୍ଚାୟତରେ ସରପଞ୍ଚ ସୁନିତା ସାହୁ, ସମିତି ସଭ୍ୟ ପିତାମ୍ବର ସୁନା, ଦେଢଗା ପିଇଓ ସଂକୀର୍ତ୍ତନ ମାଝୀ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିଥିବା ବେଳେ ସିନ୍ଧେକେଲା ପଞ୍ଚାୟତରେ ସରପଞ୍ଚ ରାଜା ଥନାପତି, ସୁବାଷ ଜୈନ, ଅଶୋକ ଜୈନ, ମୁନିରାମ ଜୈନ, ନିଖିଳ ଜୈନ, ପିଇଓ କୁଳମଣି ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅର୍ଶାତୁଲା ପଂଚାୟତରେ ସରପଞ୍ଚ ହେମଲତା ବେହେରା, ପିଇଓ ପରମାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.