oom

ଜମାକାରୀ ଆନ୍ଦୋଳନ : କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର ଦାବୀରେ ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ମିଳିତ ମଂଚ ସମର୍ଥନ ଦେଇ ସଫଳ କରିବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠକ ସଂସ୍ଥାମାନେ ସରକାରୀ ସହାୟତା ନେଇ ପ୍ରଥମେ ଜମାକାରୀଙ୍କୁ ବିଭିନ୍ନ ସ୍କିମ ମାଧ୍ୟମରେ ପ୍ରଲୋଭିତ କରି ଜମା ଟଙ୍କା ନେଇ ପରିପକ୍ୱ ରାଶି ନ ଦେଇ ଫାଙ୍କିଲେ । ସରକାର ଜମାକାରୀ ଚିହ୍ନଟ କରିବା ଓ କର୍ପସ ପାଣ୍ଠିରୁ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶୃତି ଦେଇ ଜମାକାରୀଙ୍କୁ ସରକାର ପ୍ରତାରିତ କରିଥିବାରୁ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଂଚର କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀ ବୈଠକରେ ଲଗାତର ଜମାକାରୀ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ବଲାଙ୍ଗିର ଜିଲ୍ଲାରେ ସେପ୍ଟେମ୍ବର ଶେଷ ସପ୍ତାହରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ତହସିଲ ସ୍ତରୀୟ ଅକ୍ଟୋବର ୨୦ରୁ ୩୦ ମଧ୍ୟରେ ଜିଲ୍ଲାସ୍ତରୀୟ ଜମାକାରୀ ଗଣ ସତ୍ୟାଗ୍ରହ ପାଇଁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ସେହିଭଳି କୃଷକ ବିରୋଧୀ ୩ କୃଷି ଆଇନ ଓ ବିଦ୍ୟୁତ ସଂଶୋଧନ ଆଇନ ପ୍ରତ୍ୟାହାର ଦାବୀରେ ଆସନ୍ତା ୨୭ ସେପ୍ଟେମ୍ବର ଭାରତ ବନ୍ଦକୁ ସମଗ୍ର ଓଡିଶାରେ ସଫଳ କରିବା ପାଇଁ ମିଳିତ ମଂଚ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଯାଦବ ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ମଂଚ ସଭାପତି ଜୟନ୍ତ ଦାସ, ଉପସଭାପତି ବିଭୁଦତ୍ତ ମିଶ୍ର, ସାଧାରଣ ସଂପାଦକ ମଧୁ ସୁଦନ ବିଶ୍ୱାଲ, କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀର ଅନୁରାଧା ସୁବୁଦ୍ଧି, ଅଖିଳ ମୋହନ ଲେଙ୍କା, ଅମର କୁମାର ସାହୁ, ସୁଧାଂଶୁ ବେହେରା, ପ୍ରଦୀପ କୁମାର ମହାରଣା, ଉମେଶ ଚନ୍ଦ୍ର ନାୟକ, ଚଣ୍ଡାଳ ପ୍ରଧାନ, ବଲାଙ୍ଗିର ଜିଲ୍ଲା ସଂପାଦକ ଲଳିତ ଦୀପ, ମଦନ ମୋହନ ଡାଙ୍ଗ, ସୁରଥ ଧରୁଆ, ରମେଶ ପୋଡ ପ୍ରମୁଖ ଜମାକାରୀ ଆନ୍ଦୋଳନ ସହ କୃଷକ ଆନ୍ଦୋଳର ସଫଳତା ପାଇଁ ଆହ୍ୱାନ ଦେଇଥିଲେ ।

jittmm
Leave A Reply

Your email address will not be published.