oom

ବିଜୁ ଛାତ୍ର ଜନତା ଦଳ ତରଫରୁ ହେଲ୍ପ ଡେକ୍ସ ଆୟୋଜିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବିଜୁ ଛାତ୍ର ଜନତା ଦଳ ତରଫରୁ ଅଞ୍ଚଳ ମହାବିଦ୍ୟାଳୟ ଠାରେ +୨ ଏବଂ+୩ ପାଠ୍ୟକ୍ରମ ପାଇଁ ନୂତନ ଭାବେ ନାମ ଲେଖାଇବା କୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇ ହେଲ୍ପ ଡେକ୍ସର ଆୟୋଜନ କରାଯାଇଥିଲା । ନୂତନ ଭାବେ ନାମ ଲେଖାଇବାକୁ ଆସିଥିବା ଛାତ୍ର ଛାତ୍ରୀ ଓ ତାଙ୍କ ଅବିଭାବକଙ୍କ ହାତକୁ ସାନିଟାଇଜ୍ କରିବା ସହ ମାସ୍କ ଓ ଡଟ୍ ପେନ୍ ଦିଆଯାଇଥିଲା ଓ ସରକାରଙ୍କ କୋଭିଡ୍ ନିୟମ ମାନିବାକୁ ଅନୁରୋଧ କରାଯାଇଥିଲା ଏବଂ ନାମଲେଖା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇ ବିଜୁ ଛାତ୍ର ଜନତା ଦଳ ତରଫରୁ ସହଯୋଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପସଭାପତି ନିଲାମ୍ବର ଦୀପ୍, ପଦ୍ମପୁର ଏନ୍ଏସି ସଭାପତି ରୋହିତ ସେଠ୍, ରାଜାବୋଡ଼ାସମ୍ବର ବ୍ଲକ୍ ସଭାପତି ଲୋକନାଥ ମେହେର, ଉପସଭାପତି ରାଜେଶ କୁମାର ଲୋହାର, ସୌରଭ ମିଶ୍ର, ସନ୍ତୋଷ ସରାଫ, ମୁକେଶ ରଣା, ଦୀପକ ମେହେର, ରାହୁଲ ପଟେଲ ଏବଂ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.