oom

ବିଜେପୁର ବିକାଶର ଅସଲ ଚିତ୍ର : ପାଣି ପାଇଁ ଡହକ ବିକଳ ମାଝିପାଲି ଗ୍ରାମବାସୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏହା କୌଣସି ଉପାନ୍ତ ଅଞ୍ଚଳ କିମ୍ବା କୌଣସି ପଛୁଆ ଜିଲ୍ଲାର ଦୃଶ୍ୟ ନୁହେଁ ଏହା ହେଉଛି ବରଗଡ଼ ଜିଲ୍ଲାର ବହୁ ଚର୍ଚିତ ବିଜେପୁର ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ସୂଚନା ଅନୁସାରେ ଏହି ଦୃଶ୍ୟଟି ହେଉଛି ବିଜେପୁର ବ୍ଲକ ଭାଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝିପାଲି ଗ୍ରାମର ଯେଉଁଠାରେ ପାନୀୟ ଜଳ ପାଇଁ ଲୋକେ ହାହାକାର ଗାଁରେ ଥିବା ଅଧିକାଂଶ ନଳକୂପ ଅଚଳ ହୋଇପଡିଥିବା ବେଳେ ଗୋଟିଏ ନଳକୂପରୁ ପାଣି ବାହାରୁଛି ଯାହା କି ବିଦ୍ୟୁତ ସଂଯୋଗ ହେଲେ ଯାଇ ପାଣି ବାହାରି ଥାଏ । ଅନ୍ୟସବୁ ନଳକୂପ ଚାରିପଟେ ଲଟାବୁଦା ଘେରି ଗଲାଣି । ଦୀର୍ଘ ୬ ମାସ ଧରି ଗ୍ରାମରେ ଅଚଳ ହୋଇ ପଡିଥିବା ନଳକୂପ ସଜାଡ଼ିବା ପାଇଁ ବିଜୁ ଜନତା ଦଳ ସମର୍ଥିତ ସରପଞ୍ଚ, ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରୁଛନ୍ତି ଗାଁର ମହିଳା ମାନେ । କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠୁ ବିଭିନ୍ନ ଦଳ ପ୍ରଚାର ପ୍ରସାରରେ ବ୍ୟସ୍ତ ଥିବା ବେଳେ ଏଭଳି ମୌଳିକ ସମସ୍ୟା ଗୁଡ଼ିକୁ ନଜରଅନ୍ଦାଜ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

jittmm
Leave A Reply

Your email address will not be published.